ଭୁବନେଶ୍ୱର,୨୫/୦୬: ଆସନ୍ତାକାଲି ନବଯୌବନ ଦର୍ଶନ । ଏନେଇ ୨୦୫ ପ୍ଲାଟୁନ୍ ଫୋର୍ସ ସମେତ ୮ ପ୍ଲାଟୁନ୍ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି । ସକାଳ ୮ଟାରୁ ୯ଟା ଟିକେଟ୍ ଦର୍ଶନ ଓ ୯ଟାରୁ ୧୦.୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା ହୋଇଛି । ଦକ୍ଷିଣ ଦ୍ଵାର ଦେଇ ଟିକେଟ ଧାରୀ ଭକ୍ତ ପ୍ରବେଶ କରିବେ । ଦିନ ୧୨ଟାରେ ନେତ୍ରୋତ୍ସବ । ସେପଟେ ରଥରେ ଶେଷ ସ୍ପର୍ଶ ଦେଉଛନ୍ତି ମହାରଣା ସେବାୟତ । ଆସନ୍ତାକାଲି ଅପରାହ୍ନ ୪ଟା ୧୦ରେ ରଥରେ ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାରକୁ ଆସିବ ତିନି ରଥ । ରଥଯାତ୍ରା ପାଇଁ ସବୁ ବିଭାଗର ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇଛି । ଫେସ୍ ରିଡିଂ ସିଷ୍ଟମ୍, ଆଣ୍ଟି କ୍ରାଇମ୍ ୟୁନିଟ୍ ସହ ୨୫୦ ସିସିଟିଭି ଫିଡ୍ ମାଧ୍ୟମରେ ଯାତ୍ରୀଙ୍କ ଉପରେ ନଜର ରହିବ । ଫାୟାର ଆମ୍ବୁଲାନ୍ସ ସହ ପ୍ରସ୍ତୁତ ରହିବ ୨୪ ଘଣ୍ଟିଆ ଡାକ୍ତରୀ ସେବା, ରଥଯାତ୍ରା ପାଇଁ ଗଡ଼ିବ ୩୬୫ ଅତିରିକ୍ତ ଟ୍ରେନ । ୬ଟି ହେଲ୍ପ ଡେସ୍କ କାର୍ଯ୍ୟ କରିବ ।
ଆସନ୍ତାକାଲି ଠାରୁ ଲାଗୁ ହେବ ଟ୍ରାଫିକ ନିୟମାବଳି । ବ୍ରହ୍ମଗିରି, କୋଣାର୍କ ଓ ଭୁବନେଶ୍ବର ଆଡୁ ଆସୁଥିବା ଦୁଇ ଚକିଆ ଓ ଚାରି ଚକିଆ ଯାନ ପାଇଁ ଚିହ୍ନିତ ପାର୍କିଂ ସ୍ଥାନରେ ପାର୍କିଂ କରାଯାଇପାରିବ । ଚାଟବୋଟ ଆପ୍ ଦ୍ୱାରା ସୂଚନା ପାଇବେ ଶ୍ରଦ୍ଧାଳୁ ।