ପୁଣି ଦେଶରେ ବ୍ୟାପିଲାଣି କରୋନା, ୩ଶହରୁ ଅଧିକ ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ,୨୧/୦୫: ଦେଶରେ ପୁଣି ଘାରିଲାଣି କରୋନା ଭୟ । ବିଶେଷ କରି ମହାରାଷ୍ଟ୍ରରେ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ମୁମ୍ବାଇ, ପୁଣେ, ଚେନ୍ନାଇ,ଅହମ୍ମଦାବାଦରେ ରୋଗୀଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଛି । ଏବେ ସୁଦ୍ଧା ଦେଶରେ କରୋନାରେ ୩ଶହରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଛି । ଜେଏନଡଟ ୱାନ ହେଉଛି ଓମିକ୍ରନର ଉପପ୍ରଜାତି । ଯାହାର ଲକ୍ଷଣ କରୋନାର ଅନ୍ୟ ପ୍ରଜାତି ପରି ରହିଛି ତେବେ ଆଗକୁ ଏହାର ସଂଖ୍ୟା ଦ୍ରୁତ ଗତିରେ ବଢ଼ିବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି । ଗତକାଲି ମୁମ୍ବାଇରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ କୋଭିଡ୍‌-୧୯ରେ ହୋଇଥିବା ସୂଚନା ରହିଛି ।

ସୂଚନା ମୁତାବକ ରୋଗୀଙ୍କ ନିକଟରେ ସାଧାରଣ ଲକ୍ଷଣ ଦେଖାଦେଉଛି । ହଂକଂ,ଥାଇଲାଣ୍ଡ ଓ ସିଙ୍ଗାପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ଏହା ଅଧିକ ସଂକ୍ରାମକ ଓ ଆକ୍ରାନ୍ତଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ କମ କରୁଛି । ଏଲଏଫ ଡଟ ସେଭେନ ଓମିକ୍ରନର ଏକ ଉପପ୍ରଜାତି । ନୂଆ ସଂକ୍ରମିତଙ୍କ ନିକଟରେ ସମାନ ଲକ୍ଷଣ ପ୍ରକାଶ ପାଉଛି ଯାହା ପୂର୍ବରୁ ଦେଖିବାକୁ ମିଳୁଥିଲା । ଥଣ୍ଡା ଥକାପଣ ପରି ଲକ୍ଷଣ ପ୍ରକାଶ ପାଉଛି ।