ଭାରତୀୟ ସେୟାର ବଜାରରେ ନିବେଶକମାନଙ୍କୁ ସାମାନ୍ୟ ଆଶ୍ଵସ୍ତି, ସେନ୍‌ସେକ୍ସ ଓ ନିଫ୍‌ଟି ବୃଦ୍ଧି

ଭୁବନେଶ୍ୱର,୦୮/୦୪: ଭାରତୀୟ ସେୟାର ବଜାରରେ ଆଜି ନିବେଶକମାନଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିିଛି। କାରଣ ସେନସେକ୍ସ ଏବଂ ନିଫ୍ଟି ବୁଧବାର ୧.୫% ବୃଦ୍ଧି ପାଇଥିବା ଜାଣିବାକୁ ମିଳିଛି। ଯାହା ବିଶ୍ୱ ବଜାରକୁ ପୁନରୁଦ୍ଧାରର ସବୁଜ ସଙ୍କେତ ଦେଇଛି। ଏସୀୟ ସେୟାରଗୁଡ଼ିକ ଦେଢ଼ ବର୍ଷ ମଧ୍ୟରେ ସେମାନଙ୍କର ସର୍ବନିମ୍ନ ସ୍ତରରୁ ପୁନର୍ବାର ଫେରସ୍ତ କରିଛି। ସୂଚନା ମୁତାବକ, ଆଜି ସକାଳ ୯.୩୫ ସୁଦ୍ଧା ଏ ଆଣ୍ଡ୍‌ ପି ବିଏସ୍‌ଇ ସେନ୍‌ସେକ୍ସ ୧,୨୧୭.୭୮ ପଏଣ୍ଟ ବୃଦ୍ଧି ପାଇ ୭୪,୩୫୫.୬୮ରେ ପହଞ୍ଚିଛି। ସେହି ସମୟରେ ଏନ୍‌ଏସ୍‌ଇ ନିଫ୍ଟି ୫୦ ୩୮୦.୫୦ ପଏଣ୍ଟ ବୃଦ୍ଧି ପାଇ ୨୨,୫୪୨.୧୦ରେ ପହଞ୍ଚିଛି । ନିବେଶକମାନେ ବିଭିନ୍ନ କ୍ଷେତ୍ରର ବଜାରକୁ ଫେରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତକାଲି ବିଏସ୍‌ଇ ଏବଂ ଏସ୍‌ଇ ସେନ୍‌ସେକ୍ସ ୨୫୬୪.୭୪ ପଏଣ୍ଟରୁ ଅଧିକ ହ୍ରାସ ପାଇ ୭୨,୭୯୯.୯୫ରେ ପହଞ୍ଚିଥିବା ବେଳେ ଏନ୍‌ଏସ୍‌ଇ ନିଫ୍‌ଟି ୫୦ ସକାଳ ୯.୨୪ ସୁଦ୍ଧା ୮୩୧.୯୫ ପଏଣ୍ଟକୁ ଖସି ୨୨,୦୭୨.୫୦ରେ ପହଞ୍ଚିଥିଲା।