ନୂଆଦିଲ୍ଲୀ,୦୩/୦୩:ଆମେରିକା କଥା ଶୁଣିଲାନି ଇସ୍ରାଏଲ କହିଥିଲା ରମଜାନରେ ଗାଜାରେ ଉପରେ ଆକ୍ରମଣ କରିବ ନାହିଁ । ରମଜାନ ସମୟରେ ଗାଜାରେ ଅସ୍ତ୍ରବିରତି ପାଇଁ ଆମେରିକାର ପ୍ରସ୍ତାବକୁ ଇସ୍ରାଏଲ ପ୍ରଥମେ ମାନିଥିଲା । ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଏନେଇ ସୂଚନା ମଧ୍ୟ ଦେଇଥିଲା ଇସ୍ରାଏଲ। ୪୨ ଦିନଧରି ଚାଲିଥିବା ଏହି ଅସ୍ତ୍ରବିରତିର ପ୍ରଥମ ପର୍ଯ୍ୟାୟ ଶେଷ ହେବାକୁ ଯାଉଥିବା ବେଳେ ଇସ୍ରାଏଲ ମୁସଲିମଙ୍କ ରମଜାନ ମାସ ଏବଂ ଇହୁଦୀ ପର୍ବ ପାସଓଭରକୁ ଅନ୍ତର୍ଭୁକ୍ତ କରିବା ପାଇଁ ଆମେରିକାର ମଧ୍ୟପ୍ରାଚ୍ୟ ରାଷ୍ଟ୍ରଦୂତ ଷ୍ଟିଭ୍ ୱିଟକଫଙ୍କ ପ୍ରସ୍ତାବକୁ ଗ୍ରହଣ କରିଛି ।
ଦ୍ବିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ସମସ୍ତ ବନ୍ଦୀଙ୍କୁ ମୁକ୍ତ କରିବା ସହ ଗାଜାରେ ଯୁଦ୍ଧର ସ୍ଥାୟୀ ଅନ୍ତ ଘଟିବ । ଅନ୍ୟପକ୍ଷରେ ଗାଜାରେ ଆକ୍ରମଣ ଖବର ମିଳିବା ପରେ ଇସ୍ରାଏଲ ଗାଜାକୁ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରବେଶ ଉପରେ ରୋକ ଲଗାଇଛି ।