ଫିଲିପାଇନ୍ସ ବାୟୁସେନାର ଦୁଇଟି ବିମାନ ଧକ୍କା, ୪ ପାଇଲଟ ମୃତ

ନୂଆଦିଲ୍ଲୀ,୨୪/୧୦: ଫିଲିପାଇନ୍ସ ବାୟୁସେନାର ଦୁଇଟି ବିମାନ ଧକ୍କା ହୋଇଛି। ବାଟାଙ୍ଗାସ୍ ପ୍ରଦେଶର ଫର୍ଣ୍ଣାଣ୍ଡୋ ବାୟୁସେନା ଘାଟିରେ ଏକ ତାଲିମ ଉଡ଼ାଣ ସମୟରେ ଦୁଇଟି ଏସଏଫ-୨୬୦ ବିମାନ ମଧ୍ୟରେ ହୋଇଥିବା ଧକ୍କାରେ ଚାରି ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁସାରେ ଦୁଇ ବିମାନ ମଝି ଆକାଶରେ ଧକ୍କା ହୋଇଥିଲା। ବାୟୁସେନା ଘାଟି ପରିସରରେ ଏହି ଦୁର୍ଘଟଣା ଘଟିଛି । ଫିଲିପାଇନ୍ସ ବାୟୁସେନା ଅନୁଯାୟୀ, ଦୁର୍ଘଟଣାର କାରଣ ତଦନ୍ତ ସମାପ୍ତ ନହେବା ପର୍ଯ୍ୟନ୍ତ ବାୟୁସେନା ଏହାର ସମସ୍ତ ଏସଏଫ-୨୬୦ ତାଲିମ ବିମାନକୁ ଅସ୍ଥାୟୀ ଭାବରେ ଗ୍ରାଉଣ୍ଡ କରିଛି।

Leave a Reply

Your email address will not be published. Required fields are marked *