ମଧ୍ୟରାତ୍ରି ପରେ ମ୍ୟୁଜିକ ଏବଂ ସାଉଣ୍ଡ ସିଷ୍ଟମ ବଜାଇବା ମନା

ଭୁବନେଶ୍ୱର,୨୯/୧୨: ଜିରୋ ନାଇଟ୍ ପାଇଁ ଭୁବନେଶ୍ୱର କଟକକମିସନରେଟ୍ ପୁଲିସ ପକ୍ଷରୁ କଟକଣା ଲାଗୁ ହୋଇଛି। ୩୧ ଡିସେମ୍ବରରେ ଜିରୋ ନାଇଟ୍ ପାଳନ ପାଇଁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ମଧ୍ୟରାତ୍ରି ପରେ ମ୍ୟୁଜିକ ଏବଂ ସାଉଣ୍ଡ ସିଷ୍ଟମକୁ ବଜାଇବାକୁ କମିସନରେଟ ପୁଲିସ ନିଷେଧ କରିଛି। ଜିରୋ ନାଇଟ୍ ପାଳନ ସମୟରେ ଆଇନ ଶୃଙ୍ଖଳା ବଜାୟ ରଖିବା, ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ କରିବା ପାଇଁ କଡ଼ା ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସମସ୍ତ ପୁଲିସ ଷ୍ଟେସନକୁ ନୂଆ ବର୍ଷକୁ ସ୍ବାଗତ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ହୋଟେଲ, କ୍ଲବ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନଗୁଡ଼ିକୁ ଚିହ୍ନଟ କରିବାକୁ କୁହାଯାଇଛି। ମହିଳା ଏବଂ ଶିଶୁମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଉତ୍ସବ ସ୍ଥଳ, ରାସ୍ତା ଏବଂ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ପାଟ୍ରୋଲିଂ କରାଯିବ। ରାସ୍ତା ଅବରୋଧ ମଦ୍ୟପାନ କରି ଗାଡି ଚାଳନା ଏବଂ ଟ୍ରାଫିକ ନିୟମର ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାସ୍ତାପାର୍ଶ୍ୱରେ ଉତ୍ସବକୁ ମନା କରାଯାଇଛି।