ଭୁବନେଶ୍ୱର,୨୧/୦୬: ଆଜି ସାରା ବିଶ୍ୱ ପାଳୁଛି ଯୋଗ ଦିବସ । ଯୋଗ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶାଖାପାଟଣାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସାମିଲ ହୋଇ ଯୋଗ କରିଛନ୍ତି । ମୋଦି କହିଛନ୍ତି, “ସାରା ବିଶ୍ୱକୁ ଯୋଡିଛି ଯୋଗ ।” ଯୋଗ ଦିବସ ପାଇଁ ପ୍ରତିବର୍ଷ ଏକ ଭିନ୍ନ ଥିମ୍ ସ୍ଥିର ହୋଇଥାଏ । ଚଳିତ ବର୍ଷର ଥିମ୍ ହେଉଛି “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ”(Yoga for One Earth, One Health”)। ସେପଟେ ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଛି । କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । କଳିଙ୍ଗ ଷ୍ଟାଡିୟମରେ ଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ବି ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, “ମାନସିକ ରୋଗରୁ ମୁକ୍ତି ଦିଏ ଯୋଗ । ଯୋଗ ଦ୍ୱାରା ସବୁ ସମ୍ଭବ । ପିଲାଠୁ ବୟସ୍କ ସମସ୍ତେ ଯୋଗ କରିବା ଜରୁରୀ । ମନ ଓ ଆତ୍ମାକୁ ଶାନ୍ତି ରଖିଥାଏ ଯୋଗାସନ । ଯୋଗ ଦିବସ ପାଳନ ୨୦୧୫ରୁ ସମଗ୍ର ବିଶ୍ୱରେ ଆରମ୍ଭ ହୋଇଥିଲା । ସଂକ୍ରମଣ ସହ ଲଢିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଲକ୍ଷ୍ୟରେ ପ୍ରତିବର୍ଷ ଯୋଗ ଦିବସ ପାଳନ କରାଯାଏ ।