ଆଗାମୀ ୪ରୁ ୫ଦିନ ଯାଏ ଜାଡ଼ରୁ ଓଡ଼ିଶାବାସୀଙ୍କୁ ମିଳିବନି ନିସ୍ତାର

ଭୁବନେଶ୍ୱର,୧୪/୦୧: ଜାଡ଼ରେ ଥରୁଛି ଓଡ଼ିଶା, ଆଗାମୀ ୪ରୁ ୫ଦିନ ଯାଏ ଜାଡ଼ରୁ ମିଳିବନି ନିସ୍ତାର । ଆଜି ପାଇଁ ୫ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି । କଟକ, ଜଗତସିଂହପୁର, ଅନୁଗୁଳ, ଝାରସୁଗୁଡ଼ା ଓ ଖୋର୍ଦ୍ଧା ଜିଲ୍ଲାରେ ଶୀତ ଲହରି ପ୍ରବାହିତ ହେବ । ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହିତ ହେବା ଫଳରେ ଶୀତ ବଢ଼ିବାର ବି ଆଶଙ୍କା ରହିଛି । ୨ ଦିନ ପର୍ଯ୍ୟନ୍ତ ଏହିସବୁ ଜିଲ୍ଲାରେ ଶୀତ ଲହରି ରହିବ ।ଏଥିସହ ସୁନ୍ଦରଗଡ଼, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କୋରାପୁଟ ଜିଲ୍ଲାରେ ଘନକୁହୁଡ଼ି ପଡ଼ିବାର ଆଶଙ୍କା ରହିଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସମସ୍ତ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ଘନ କୁହୁଡ଼ିର ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୪ରୁ ୫ ଦିନ ଯାଏ ତାପମାତ୍ରା ପରିବର୍ତ୍ତନର ସମ୍ଭାବନା ନାହିଁ ।