ଭୁବନେଶ୍ୱର,୦୮/୧୨: ରାଜ୍ୟରେ ଶୀତ କରୁଛି କଲବଲ । ଅସୁବିଧା ବଢ଼ାଉଛି କୁହୁଡ଼ି । ସୁନ୍ଦରଗଡ ଜିଲ୍ଲା କୋଇଡା ଖଣି ଅଞ୍ଚଳରେ ଭୀଷଣ ଶୀତର ପ୍ରକୋପ ଜାରି ରହିଥିବା ବେଳେ ରାତିର ତାପମାତ୍ରା ୮ ଡିଗ୍ରୀ ତଳେ ରହିଥିଲା । ପ୍ରବଳ ଥଣ୍ଡା ଫଳରେ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଅନ୍ୟପଟେ ଘନ କୁହୁଡି ଯୋଗୁଁ ରାତ୍ରିରେ ଚଳାଚଳ କରୁଥିବା ଗାଡି ଚାଳକ ମାନେ ଗାଡି ଚଳାଇବାରେ ଅସୁବିଧା ଭୋଗିଛନ୍ତି । ଲୋକେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ଥାନରେ ନିଆଁ ଜଳାଇ ପୁଇଁ ହେଉଥିବା ଦେଖିବାକୁ ମିଳିଛି । କୋଇଡାର ଟେନସା, କାଲଟା, ମାଲଦା, କୋଇଡା ହେଡକ୍ଵାଟର୍ସ, କାଶୀରା ପ୍ରମୁଖ ପାରଦ ଖସି ଅତ୍ୟଧିକ ମାତ୍ରାରେ ଶୀତ ଅନୁଭୂତ ହେଉଛି। ।