ଭୁବନେଶ୍ୱର,୦୭/୧୧: ଏଣିକି କମିବ ପାରଦ, ବଢିବ ଶୀତ। ଓଡିଶାକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ବାୟୁପ୍ରବାହ ହେଉଛି । ଫଳରେ ଶୀତର ପ୍ରକୋପ ବଢିବ। ଗତ ୨୪ଘଣ୍ଟାରେ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ରେକର୍ଡ ହୋଇଛି । ୧୪ ତାରିଖ ପରେ ପାରଦ ୧୦ ଡିଗ୍ରୀ ତଳକୁ ଖସିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ।ନଭେମ୍ବର ପ୍ରଥମ ସପ୍ତାହରେ ଅନୁଭୂତ ହେଲାଣି ଶୀତ । ଆଗାମୀ ୪ରୁ ୫ଦିନ ମଧ୍ୟରେ ପାରଦ ଆହୁରି ଖସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଫଳରେ ରାଜ୍ୟରେ ପ୍ରବଳ ଜାଡ଼ ଅନୁଭୂତ ହେବ । ତେବେ ୧୪ ତାରିଖ ପରଠାରୁ ଶୀତ ବଢ଼ିବ । ବିଶେଷ କରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା କମିବ, ଶୀତର ପ୍ରକୋପ ଅଧିକ ରହିବ ବୋଲି କହିଛି ପାଣିପାଗ ବିଜ୍ଞାନୀ ।