ନୂଆଦିଲ୍ଲୀ,୦୮/୦୩: ୨୦୨୬ T20 ବିଶ୍ୱକପ୍ ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଭାରତ ବିଶ୍ୱକପ୍ ଟ୍ରଫି ନିଜ ନାମରେ କରିଛି । ଏହି ବିଜୟ ସହ ଭାରତ ପ୍ରଥମ ଦଳ ଭାବେ କ୍ରମାଗତ ଦୁଇଥର ଏବଂ ସର୍ବମୋଟ ତିନିଥର T20 ବିଶ୍ୱକପ୍ ଜିତିବାର ଗୌରବ ହାସଲ କରିଛି ।ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଭାରତୀୟ ଦଳ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ରୂପ ଧାରଣ କରିଥିଲା। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୨୫୫ ରନ୍ କରିଥିଲା। T20 ବିଶ୍ୱକପ୍ ଫାଇନାଲ ଇତିହାସରେ ଏହା ସର୍ବାଧିକ ଦଳଗତ ସ୍କୋର।