ଆରମ୍ଭ ହେଲା ମାର୍ଚ୍ଚ ମାସ, ମୋବାଇଲ୍ ସିମ କାର୍ଡରେ ଲକ୍ ହୋଇଯିବ WhatsApp

ଭୁବନେଶ୍ୱର,୧/୦୩: ଆରମ୍ଭ ହେଲା ମାର୍ଚ୍ଚ ମାସ। ପ୍ରତି ମାସର ପହିଲାରୁ ଅନେକ ପରିବର୍ତ୍ତନର ତାଲିକା ଆସେ । ଏଥର ମଧ୍ୟ ମାର୍ଚ୍ଚ ପହିଲା ବି ଡିଜିଟାଲ ଓ ଆର୍ଥିକ ଜୀବନରେ କିଛି ପରିବର୍ତ୍ତନ ହେବାକୁ ଯାଉଛି । ଏଣିକି ଆପଣଙ୍କ ମେସେଜିଙ୍ଗ ଆପ୍ ମାନେ ହ୍ବାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ ଆପ୍ ଆପଣଙ୍କ ମୋବାଇଲ୍ ସିମ କାର୍ଡରେ ଲକ୍ ହୋଇଯିବ । କାରଣ ମାର୍ଚ୍ଚ ପହିଲାରୁ ନୂଆ ନିୟମ ଆଣିବାକୁ ଯାଉଛନ୍ତି ନୂଆ ନିୟମ । ଏହାର ଅର୍ଥ , ଯଦି ଆପଣ ନିଜ ଫୋନରୁ ସିମ୍ କାର୍ଡ କାଢ଼ୁଛନ୍ତି, ତାହେଲେ ଆପଣଙ୍କ ମେସେଜିଙ୍ଗ ଆପ୍ କାମ କରିବା ବନ୍ଦ କରିଦେବ । ଡିଜିଟାଲ ଠକେଇ ରୋକିବାକୁ ସରକାର ଏହି ନିୟମ ଲାଗୁ କରିବାକୁ ଯାଉଛନ୍ତି । ତେଣୁ ସିମ୍ ଆକ୍ଟିଭ ନକଲେ ମେସେଜିଙ୍ଗ ଆପ୍ କାମ କରିବନାହିଁ । ମାର୍ଚ୍ଚ ପହିଲାରେ ଏଲପିଜି ଦରରେ ପରିବର୍ତ୍ତନ ହୋଇପାରେ । ଦେଶର ବଡ଼ ତଥା ସରକାରୀ ବ୍ୟାଙ୍କଗୁଡ଼ିକ ମିନିମମ୍ ବାଲାନ୍ସ କାଲକୁଲେସନ୍ କରିବାର ତରିକା ବଦଳାଇବାକୁ ଯାଉଛି । ଏଣିକି ବାଲାନ୍ସ ଦିନିକିଆ ହିସାବରେ ନୁହେଁ ବରଂ ପୂରା ମାସ ଆଧାରରେ ଧାର୍ଯ୍ୟ କରାଯିବ । ଯଦି କୌଣସି ଦିନ ଆପଣଙ୍କ ଖାତାରେ ପଇସା କମ୍ ପଡ଼େ ତାହେଲେ ମାସର ବାକି ଦିନ ଗୁଡ଼ିକରେ ପର୍ଯ୍ୟାପ୍ତ ବାଲାନ୍ସ ରଖି ଆପଣ ଫାଇନ୍ ଦେବାରୁ ବଞ୍ଚିଯିବେ ।

ରେଲୱେ ଟିକେଟ୍ ବୁକିରେ ବି ପରିବର୍ତ୍ତନ ହେବ । ମାର୍ଚ୍ଚ ପହିଲାରୁ UTS ଆପ୍ କାମ କରିବା ବନ୍ଦ କରିଦେବ । ଏଣିକି ଆପଣଙ୍କ ଜେନେରାଲ ଟିକେଟ୍, ପ୍ଲାଟଫର୍ମ ଟିକେଟ୍ ଏବଂ ଅନ୍ୟ ସୁବିଧା ପାଇଁ ’RailOne’ ଆପ୍ ବ୍ୟବହାର କରିବାକୁ ପଡ଼ିବ । ଡିଜିଟାଲ ଟ୍ରାଞ୍ଜାକ୍ସନ୍ ଏଣିକି ଅଧିକ ସୁରକ୍ଷିତ ହେବ । ହାଇ ଭ୍ୟାଲ୍ୟୁ ଟ୍ରାନ୍ଜାକ୍ସନ ପାଇଁ ଅତିରିକ୍ତ ସିକ୍ୟୁରିଟି ଭେରିଫିକେସନ୍ ଲାଗୁ କରିଦିଆଯାଇଛି । ଏଲହାର ଅର୍ଥ ଯଦି ଆପଣ ମୋଟା ଅଙ୍କର ଟଙ୍କା ଟ୍ରାନ୍ସଫର କରୁଛନ୍ତି ତାହେଲେ ଆପଣଙ୍କୁ ବାୟୋମେଟ୍ରିକ୍ସ ଏବଂ ଏକ୍ସଟ୍ରା ଅଥଣ୍ଟିକେସନର ଆବଶ୍ୟକତା ପଡ଼ିବ ।

Leave a Reply

Your email address will not be published. Required fields are marked *