ହ୍ୱାଟ୍ସଆପ୍ ଚାଟବଟ୍ କାର୍ଯ୍ୟକାରୀ କରିବାକୁ ଓଡ଼ିଶାରେ ଆରମ୍ଭ ହୋଇଛି ପ୍ରକ୍ରିୟା

ଭୁବନେଶ୍ୱର,୨୪/୦୬: ଆନ୍ଧ୍ରପ୍ରଦେଶ ଭଳି ହ୍ୱାଟ୍ସଆପ୍ ଚାଟବଟ୍ କାର୍ଯ୍ୟକାରୀ କରିବାକୁ ଓଡ଼ିଶାରେ ଆରମ୍ଭ ହୋଇଛି ପ୍ରକ୍ରିୟା । ଏଥିରେ ଲୋକେ ଘରେ ବସି ସରକାରଙ୍କୁ ସମସ୍ୟା ଜଣାଇବେ । ଆଜି ସଚିବସ୍ତରୀୟ ବୈଠକରେ ୟୁନିଫାଏଡ୍‌ ହ୍ବାଟ୍ସଆପ୍ ବଟ୍‌କୁ କାର୍ଯ୍ୟକାରୀ କରିବାକୁ ଆଲୋଚନା ହୋଇଛି । ଏଆଇ ଦ୍ବାରା ସମ୍ପୂର୍ଣ୍ଣ ଭାବେ ଏହା ପରିଚାଳିତ ହେବ । ପୂର୍ବରୁ ୭ ମାର୍ଚ୍ଚ ୨୦୨୫ରେ ମେଟା ସହ ହ୍ବାଟ୍ସଆପ୍ ବଟ୍‌କୁ ନେଇ ଏମ୍‌ଓୟୁ କରିଥିଲେ ରାଜ୍ୟ ସରକାର ।

ମୋହନ ସରକାରରେ ଆସିବ ‘ଆମ ଶାସନ’ । ଗାଁ ଗହଳିରୁ ଲୋକଙ୍କ ଫିଡବ୍ୟାକ୍ ନେବେ ଲୋକଙ୍କ ସରକାର । ଶାସନ ବ୍ୟବସ୍ଥାର ଉତ୍ତରଦାୟିତ୍ବକୁ ଆହୁରି ଜନାଭିମୁଖି କରିବାକୁ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବେ ସରକାର ।