ଭୁବନେଶ୍ୱର,୧୬/୧୧: ଥଣ୍ଡାରେ ଥରୁଛି ସାରା ରାଜ୍ୟ। ପାରଦ ତଳମୁହାଁ ହେବା ସାଙ୍ଗକୁ ବଢୁଛି ଶୀତର ପ୍ରକୋପ । ଉପକୂଳ, ପଶ୍ଚିମ, ଦକ୍ଷିଣ ଓଡ଼ିଶା ସବୁଠି ବଢିଲାଣି ଥଣ୍ଡା । କନ୍ଧମାଳ ଜିଲ୍ଲାରେ ୧୦ ଡିଗ୍ରୀ ତଳେ ପାରଦ ରହୁଥିବା ବେଳେ ଘନ କୁହୁଡି ସକାଳ ୯ଟା ପର୍ଯ୍ୟନ୍ତ ଛାଡିବାର ନା ଧରୁନି । ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରହିଛି ।ବାଲିଗୁଡ଼ା, ଜି.ଉଦୟଗିରି, ରାଇକିଆ, ଟିକାବାଲି, ତୁମୁଡ଼ିବନ୍ଧ, କୋଟଗଡ ସମେତ ବିଭିନ୍ନ ଅଞ୍ଚଳରେ ଦିନ ତମାମ କୋହଲା ପବନ ସାଙ୍ଗକୁ ଥଣ୍ଡା ଅନୁଭୂତ ହେଉଛି । ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ପାରଦ ଖସୁଥିବା ବେଳେ ଘନ କୁହୁଡି ଲାଗି ରହିଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଚାହା ଦୋକାନରେ ଭିଡ ଦେଖିବାକୁ ମିଳିଛି ।