ରାଜ୍ୟକୁ ପୁଣି ଭୟଙ୍କର ଭାବେ ଫେରିବ ଗ୍ରୀଷ୍ମ ପ୍ରବାହ, ୨ ରୁ ୪ ଡିଗ୍ରୀ ବଢ଼ିପାରେ ତାପମାତ୍ର

ଭୁବନେଶ୍ୱର,୪/୦୫: ରାଜ୍ୟକୁ ପୁଣି ଭୟଙ୍କର ଭାବେ ଫେରିବ  ଗ୍ରୀଷ୍ମ ପ୍ରବାହ , ଅସହାୟ ହେବ ଜୀବନଯାପନ। ୭ ତାରିଖ ପରେ ୨ରୁ ୪ ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ପାଇବା ସହ ପୁଣି ଅସମ୍ଭାଳ ତାତି ଅନୁଭବ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ଆହୁରି ୪ ଦିନ କାଳବୈଶାଖୀର ତାଣ୍ଡବ ଜାରି ରହିବ । ଆଗାମୀ ୭ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ ବର୍ଷା । ଆଜି ପାଇଁ ମୟୂରଭଞ୍ଜ, ବାଲେଶ୍ୱର,ଭଦ୍ରକ,ଗଞ୍ଜାମ, ଗଜପତିରେ ବିଜୁଳି ଘଡ଼ଘଡ଼ି ବର୍ଷା ସହ କୁଆପଥର ବର୍ଷା ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାରେ ୪୦ ରୁ ୫୦ କିମି ପବନ ବହିବାର ସମ୍ଭାବନା ରହିଥିବା ବେଳେ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।  ଆସନ୍ତା ୫ ମେ ପାଇଁ ଉତ୍ତର,ଉପକୂଳ ଓ ଦକ୍ଷିଣ ଓଡ଼ିଶା କାଳବୈଶାଖୀ ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହେଇଛି । ୬ ମେ’ରେ ମଧ୍ୟ ଅଧା ଓଡ଼ିଶା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି ।

Leave a Reply

Your email address will not be published. Required fields are marked *