ଇରାନ ନେତୃତ୍ୱ ବିରୋଧରେ ଆକ୍ରମଣ କଲେ ବାବ୍-ଏଲ୍-ମାଣ୍ଡେବ୍‌ର ପ୍ରଣାଳୀ ଅବରୋଧ ନେଇ ଚେତାବନୀ

ନୂଆଦିଲ୍ଲୀ,୧୦/୦୩: ଆମେରିକା-ଇସ୍ରାଏଲ ଆକ୍ରମଣ ପରେ ଇରାନ ହର୍ମୁଜ୍ ପ୍ରଣାଳୀକୁ ନିଜ ନିୟନ୍ତ୍ରଣକୁ ନେଇସାରିଛି। ଫଳରେ ଶକ୍ତି ଯୋଗାଣ ଅବରୋଧ ହେବା ଦ୍ବାରା ବିଶ୍ୱ ସ୍ତରରେ ତେଲ ମୂଲ୍ୟ ବୃଦ୍ଧି ପାଇଛି। ଯଦି ଆମେରିକା ଇରାନ ବିରୋଧରେ ଜାରି ରହିଥିବା ସାମରିକ ଅଭିଯାନକୁ ଜୋରଦାର୍ କରିବାକୁ ନିଷ୍ପତ୍ତି ନିଏ, ତେବେ ତେହେରାନର ଆରବ ଉପଦ୍ୱୀପରେ ବାବ୍-ଏଲ୍-ମାଣ୍ଡେବ୍‌ର ଆଉ ଏକ ରଣନୈତିକ ପ୍ରଣାଳୀକୁ ଅବରୋଧ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ଇରାନ ମିଲିଟାରୀ ମନିଟର ଅନୁଯାୟୀ, ମୋଜତାବା ଖେମିନିଙ୍କୁ ସର୍ବୋଚ୍ଚ ନେତା ଭାବରେ ମନୋନୀତ କରାଯାଇଛି। ଏନେଇ ଯଦି ଆମେରିକା କିମ୍ବା ଇସ୍ରାଏଲ ଇରାନ ନେତୃତ୍ୱ ବିରୋଧରେ ଆକ୍ରମଣ କରନ୍ତି, ତେବେ ଇସଲାମିକ ଗଣରାଜ୍ୟ ପାରସ୍ୟ ଉପସାଗର ଏବଂ ବାବ୍-ଏଲ୍-ମାଣ୍ଡେବ୍ ପ୍ରଣାଳୀକୁ ବନ୍ଦ କରିବ। ବାବ୍ ଏଲ୍-ମାଣ୍ଡେବ୍ ପ୍ରଣାଳୀ ଏକ ସଂକୀର୍ଣ୍ଣ ଏବଂ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ଜଳପଥ ଯାହା ଲୋହିତ ସାଗରକୁ ଆଡେନ୍ ଉପସାଗର ସହିତ ସଂଯୋଗ କରିଥାଏ ।

Leave a Reply

Your email address will not be published. Required fields are marked *