ନୂଆଦିଲ୍ଲୀ,୧୩/୧୦: ଗାଜା ପଟ୍ଟିରେ ଦୁଇ ବର୍ଷ ଧରି ଚାଲିଥିବା ଘମାଘୋଟ ଯୁଦ୍ଧରେ ହୋଇଛି ଶେଷ । ଏନେଇ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଜି ଶାନ୍ତି ପ୍ରସ୍ତାବରେ ସ୍ବାକ୍ଷର କରିବେ ଇସ୍ରାଏଲ ଏବଂ ହମାସ। ଇଜିପ୍ଟର ଶାର୍ମ ଏଲ୍-ଶେଖରେ ଅନୁଷ୍ଠିତ ଶାନ୍ତି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ଡୋନାଲ୍ଡ ଟ୍ରମ୍ପ ଓ ମିଶରର ରାଷ୍ଟ୍ରପତି ଅବଦେଲ ଫତାହ, ୨୦ରୁ ଉର୍ଦ୍ଧ୍ବ ବିଶ୍ବ ନେତା ଏହି ସମ୍ମିଳନୀରେ ସାମିଲ ହେବେ । ଭାରତର ପକ୍ଷରୁ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ଉପସ୍ଥିତ ରହିବେ । ବୈଦେଶିକ ରଡୋନାଲ୍ଡ ଟ୍ରମ୍ପ ପ୍ରଥମେ ଇସ୍ରାଏଲ ଏବଂ ତା’ପରେ ଶାର୍ମ ଏଲ୍-ଶେଖ ଯାତ୍ରା କରିବେ। ଏହା ପୂର୍ବରୁ ସେ ଗାଜା ପଟ୍ଟିରେ ଦୁଇବର୍ଷ ଧରି ଚାଲିଥିବା ଯୁଦ୍ଧ ଶେଷ ହୋଇଥିବା ଘୋଷଣା କରିଛନ୍ତି । ହମାସ ଆଜି ୨ ବର୍ଷ ପରେ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ । ଐତିହାସିକ ଶାନ୍ତି ଚୁକ୍ତି ପୂର୍ବରୁ ହମାସର ବଡ଼ ପଦକ୍ଷେପ । ଇସ୍ରାଏଲ-ଗାଜା ସୀମାରେ ପ୍ରଥମ ବ୍ୟାଚ୍ ପଣବନ୍ଦୀଙ୍କୁ ମୁକ୍ତ କରିଛି । ସୂଚନାଯୋଗ୍ୟ ଯେ ହମାସ ୭ଅକ୍ଟୋବର, ୨୦୨୩ରେ ୨୫୦ଜଣ ଇସ୍ରାଏଲୀ ନାଗରିକଙ୍କୁ ବନ୍ଧକ କରି ନେଇଥିଲା । ଯାହାଙ୍କ ମଧ୍ୟରୁ 50 ଜଣ ଏବେ ବି ବନ୍ଦୀ ଅବସ୍ଥାରେ ଅଛନ୍ତି। ଇସ୍ରାଏଲର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନରେ ଏପର୍ଯ୍ୟନ୍ତ ୬୬ହଜାର ପାଲେଷ୍ଟାଇନୀ ନିହତ ହୋଇଛନ୍ତି ।