ଭୁବନେଶ୍ୱର,୦୪/୧୨: ଭାରତରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଦିଲ୍ଲୀ ପାଲମ୍ ବିମାନ ବନ୍ଦରରେ ପୁଟିନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ବିମାନବନ୍ଦରକୁ ଯାଇ ପୁଟିନଙ୍କୁ ସ୍ୱାଗତ କରିଛନ୍ତି । ପୁଟିନ ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି । ରୁଷ୍ ଓ ଭାରତ ପାରମ୍ପରିକ ବନ୍ଧୁ ଭାବେ ଜଣାଶୁଣା । ତାଙ୍କ ଗସ୍ତକାଳରେ ଭାରତ ଓ ରୁଷ ମଧ୍ୟରେ ଶିଖର ସମ୍ମିଳନୀ ସହ ବହୁ ଚୁକ୍ତି ସ୍ୱାକ୍ଷର ହେବ ।ପୁଟିନଙ୍କ ପାଇଁ ମୋଦୀ ନୈଶଭୋଜି ଆୟୋଜନ କରିଛନ୍ତି । ପୁଟିନ ବହୁ କାର୍ଯ୍ୟକ୍ରମରେ ଯୋଗଦେବେ । ପୁଟିନଙ୍କ ସହ ରୁଷର ବହୁ ମନ୍ତ୍ରୀ ଓ ଅଧିକାରୀ ଭାରତ ଗସ୍ତରେ ଆସିଛନ୍ତି । ପୁଟିନଙ୍କ ରହଣିଠୀରୁ ଆରମ୍ଭ କରି ସବୁ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ପାଇଁ ରୁଷରୁ ସ୍ୱତନ୍ତ୍ର ସୁରକ୍ଷା ଅଧିକାରୀ ପୂର୍ବରୁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ।