ନୂଆଦିଲ୍ଲୀ,୦୯/୦୬: ମଣିପୁରରେ ପୁଣି ହିଂସା । ଆଉ ଏହି ସ୍ଥିତି ବାବଦରେ ଅବଗତ କରାଇବାକୁ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦିଲ୍ଲୀରେ ଭେଟିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିରେନ ସିଂ । ମୈତେଇ ସମ୍ପ୍ରଦାୟ ନେତା ଆରମବାଇ ଟେନଗୋଲଙ୍କ ଗିରଫ ପରେ ଅଶାନ୍ତ ହୋଇପଡିଛି ରାଜ୍ୟ । ସ୍ଥିତିକୁ ଦେଖି ୫ ରାଜ୍ୟରେ କର୍ଫ୍ୟୁ ଲଗାଯିବା ସହ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି । ଇମ୍ପାଲ ପଶ୍ଚିମ, ଇମ୍ପାଲ ପୂର୍ବ ,ଥୈବଲ ବିଷ୍ଣୁପରୁ, କକିଂ ଜିଲ୍ଲାକୁ କଡ଼ା ସୁରକ୍ଷା ଭିତରେ ରଖାଯାଇଛି । କିଛି ଉପଦ୍ରବୀ ଫର୍ଜି ଫଟୋ, ଭିଡିଓ ଓ ହ୍ୱାଟ୍ସ୍ଆପ୍ ମେସେଜ ଜରିଆରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ପାଇଁ ଯୋଜନା କରୁଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପୋଡ଼ାଜଳା କରିଛନ୍ତି ବିକ୍ଷୋଭକାରୀ ।