ଭିଜିଲାନ୍ସ ଜାଲରେ ସମ୍ବଲପୁର ଡ୍ରଗ୍ସ କଣ୍ଟ୍ରୋଲର ଅଫିସର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର

ସମ୍ବଲପୁର,୦୬/୦୮: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଡ୍ରଗ୍ସ କଣ୍ଟ୍ରୋଲର ଅଫିସର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର ଦେବାଶିଷ ପଣ୍ଡାଙ୍କ ବାସଭବନରେ ଚଢ଼ାଉ ହୋଇଛି । ଗ୍ରେଟର ସମ୍ବଲପୁର, କାଇଁସିର ସ୍ଥିତ କାର୍ଯ୍ୟାଳୟ, ଭୁବନେଶ୍ବର ଓ ବ୍ରହ୍ମପୁର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଚାଲିଛି । ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ସମ୍ବଲପୁରଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୪ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୪ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଘର ଚଢ଼ାଉ କରାଯାଉଛି। ସମ୍ବଲପୁର ଡ୍ରଗ୍ସ କଣ୍ଟ୍ରୋଲର ଅଫିସର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର ଦେବାଶିଷ ପଣ୍ଡାଙ୍କ ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁରରେ ତାଙ୍କର ନିମ୍ନଲିଖିତ ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ସମ୍ବଲପୁରଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୪ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୪ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଘର ଚଢ଼ାଉ କରାଯାଉଛି। ସମ୍ବଲପୁର ଡ୍ରଗ୍ସ କଣ୍ଟ୍ରୋଲର ଅଫିସର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର ଦେବାଶିଷ ପଣ୍ଡାଙ୍କ ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁରରେ ତାଙ୍କର ନିମ୍ନଲିଖିତ ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।