ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ, ଘରୁ ମିଳିଲା ନଗଦ ଦେଢ କୋଟି ଟଙ୍କା

ଭୁବନେଶ୍ୱର,୨୫/୦୭: ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରୁ ମିଳିଲା ନଗଦ ଦେଢ କୋଟି ଟଙ୍କା । ଅଧ କେଜିର ସୁନା, କେଜିଏରୁ ଅଧିକ ରୁପା ମିଳିଲାଣି ଡେପୁଟି ରେଞ୍ଜରଙ୍କ ଘରୁ। ୬ଟି ଠିକଣାରେ ଚଢାଉ କରିଛି ଭିଜିଲାନ୍ସ। ଜୟପୁରର ପୈତୃକ ଘର, ଆପାର୍ଟମେଂଟରେ ଥିବା ୨ଟି ଫ୍ଲାଟ, ସମ୍ବାର ଟୋଟାରେ ଥିବା ଶ୍ବଶୁର ଘର, ଭୁବନେଶ୍ବରରେ ଥିବା ଭାଈ ଘର ସମେତ ତାଙ୍କ ଅଫିସରେ ରେଡ କରିଛନ୍ତି ଅଧିକାରୀ। ଚଢାଉରେ ଭିଜିଲାନ୍ସର ୬ଡିଏସପି, ୫ଇନ୍ସପେକ୍ଟର, ୯ଏଏସଆଇ ଏବଂ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି। ଚଢାଉ ଜାରି ରହିଥିବା ବେଳେ ଏଯାବତ୍‌ ଭିଜିଲାନ୍ସ ସାଢେ ୩ଲକ୍ଷ ନଗଦ ଟଙ୍କା ଜବତ କରିଛି । ବର୍ତ୍ତମାନ ଜଣଙ୍କ ପରେ ଜଣେ ସରକାରୀ ଅଧିକାରୀ ଭିଜିଲାନ୍ସ ସ୍କାନରକୁ ଆସୁଛନ୍ତି । ଗତ ଜୁଲାଇ ୨୩ ତାରିଖରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଜଗନ୍ନାଥ ପଟ୍ଟନାୟକଙ୍କ ସମ୍ପର୍କୀୟ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି । ଭିଜିଲାନ୍ସର ୬ ଜଣ ଡିଏସ୍‌ପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏହି ଚଢ଼ାଉ ଚାଲିଛି ।