ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଏକକାଳୀନ ୭ଟି ସ୍ଥାନରେ ଚାଲିଛି ରେଡ଼

ଭୁବନେଶ୍ୱର,୧୧/୦୩: ରାଜ୍ୟରେ ପୁଣି ଜଣେ ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ବଡ଼ ଧରଣର ଚଢ଼ାଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଜିଲ୍ଲା କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ପାଇଁ ବଢ଼ିଲା ଅଡୁଆ । ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ । ଭୁବନେଶ୍ୱର, କଟକ, ପୁରୀ ଓ କେନ୍ଦ୍ରାପଡ଼ାରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ ଜାରି ରହିଛି ।

ଭୁବନେଶ୍ୱର ସହିଦନଗରରେ ଥିବା ବିଶାଳ ୩ ମହଲା କୋଠା ଠାବ ହୋଇଛି । ଚଢ଼ାଉରେ ସାମିଲ ଅଛନ୍ତି ୨ ଅତିରିକ୍ତ ଏସପି, ୮ ଡିଏସପି ଏବଂ ୧୧ ଜଣ ଇନ୍ସପେକ୍ଟର । ଅଫିସରୁ କ୍ୱାର୍ଟର ସବୁଠି ଖୋଳତାଡ଼ । ତହସିଲଦାରଙ୍କ କାର୍ଯ୍ୟାଳୟ ସହ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚାଲିଛି ଯାଞ୍ଚ ।

Leave a Reply

Your email address will not be published. Required fields are marked *