ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର,୦୭/୦୩: ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜଳସେଚନ ବିଭାଗ ଅଧୀନରେ ଡେରାବିଶ ଜଳସେଚନ ସବଡିଭିଜନର ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ରାୟ। ତାଙ୍କ ସହ ଜଡ଼ିତ ୭ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଟିମ୍ ଚଢ଼ଉ କରୁଥିବା ଜଣାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ସ୍ୱତନ୍ତ୍ର ବିଚାରପତି, କଟକ ଭିଜିଲାନ୍ସ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଚଢ଼ଉ ଜାରି ରହିଛି। ୨ ଜଣ ଅତିରିକ୍ତ ଏସ୍ପି, ୯ ଜଣ ଡିଏସ୍ପି, ୯ଜଣ ଇନ୍ସପେକ୍ଟର, ୪ଜଣ ଏଏସ୍ଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଭଦ୍ରକ ଏବଂ ଭୁବନେଶ୍ୱରରେ ତାଙ୍କ ନିମ୍ନଲିଖିତ ୭ଟି ସ୍ଥାନରେ ଏକକାଳୀନ ଘର ତଲାସ କରାଯାଉଛି।

Leave a Reply

Your email address will not be published. Required fields are marked *