ଭୁବନେଶ୍ୱର, ୩୦/୧୨: ଭିଜିଲାନ୍ସ ଜାଲରେ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡା । ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସର ବିଭିନ୍ନ ଟିମ୍ ପକ୍ଷରୁ ଚାଲିଛି ଚଢ଼ାଉ । ବିଭିନ୍ନ ସ୍ଥାନରେ ଠାବ ହୋଇଛି ବାବୁଙ୍କର ବହୁତଳ ଅଟ୍ଟାଳିକା । ଭୁବନେଶ୍ବର ବଡ଼ଗଡ ଓ ବ୍ରିଟ କଲୋନୀରେ ଦୁଇଟି ତିନି ମହଲା ଓ ଖୋର୍ଦ୍ଧା ସନପଲାରେ ଦୁଇଟି ଦୁଇମହଲା କୋଠା ରହିଛି । ଏସବୁ ସ୍ଥାନ ସମେତ ବାରଙ୍ଗସ୍ଥିତ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ କରୁଛି ଭିଜିଲାନ୍ସ ।
ସେପଟେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ କେନ୍ଦୁଝର ହାଟଡିହି ବ୍ଲକ ବଞ୍ଚୋ ଗ୍ରାମପଞ୍ଚାୟତ ପିଇଓ ଜିତେନ୍ଦ୍ର କୁମାର ଜେନାଙ୍କ ବିଭିନ୍ନ ଠିକଣାରେ ବି ଚାଲିଛି ଭିଜିଲାନ୍ସ ଚଢ଼ାଉ । କେନ୍ଦୁଝର ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ୱାରେଣ୍ଟକୁ ନେଇ ଚଢ଼ାଉ ଆରମ୍ଭ କରିଛି ଭିଜିଲାନ୍ସ । ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।