ଭୁବନେଶ୍ୱର,୨୨/୧୨: ସୁନ୍ଦରଗଡ଼ ସ୍ଥିତ କାର୍ଯ୍ୟାଳୟର ଜୁନିଅର ଆକାଉଣ୍ଟାଣ୍ଟ ରବୀନ୍ଦ୍ର କୁମାର ବାରିକଙ୍କ ବିରୋଧରେ ଆୟଠାରୁ ଅଧିକ ସମ୍ପତ୍ତି (DA)ରଖିବା ଅଭିଯୋଗ ହୋଇଛି। ବାଲେଶ୍ବର, ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ର ୩ ଜଣ ଡିଏସପି( DSP), ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ବାଲେଶ୍ୱର ଏବଂ ସୁନ୍ଦରଗଡ଼ ଜିଲ୍ଲାର ନିମ୍ନଲିଖିତ ୫ଟି ସ୍ଥାନରେ ଏକକାଳୀନ ଘର ତଲାସୀ କରାଯାଉଛି। ଅଧିକ ତଦନ୍ତ ଜାରି ରହିଛି। ବାଲେଶ୍ୱରର ପ୍ରାଇମ ଲୋକେସନରେ ୩ ମହଲା ବିଶିଷ୍ଟ ୨ ଟି ବଡ଼କୋଠା , ଜିମ୍ ଓ ବିବାହ କଲ୍ୟାଣ ମଣ୍ଡପ ଦେଖି ଭିଜିଲାନ୍ସ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।