କଟକରେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣ, ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ

ଭୁବନେଶ୍ୱର,୨୩/୦୧: କଟକରେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ। ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ କଟକ ଯାଇଛନ୍ତି । ନିର୍ଦ୍ଧାରିତ ସମୟର ୨୫ ମିନିଟ ପୂର୍ବରୁ ଭୁବନେଶ୍ବରରେ ପହଞ୍ଚିଥିଲେ ଉପରାଷ୍ଟ୍ରପତି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ପ୍ରମୁଖ ଉପରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ସ୍ବାଗତ କରିଥିଲେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ବା ପରାକ୍ରମ ଦିବସ ଅବସରରେ କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ଉପରାଷ୍ଟ୍ରପତି। ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଟ୍ବିନ ସିଟିରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କଟକରେ ନେତାଜୀ ମ୍ୟୁଜିୟମ ବି ପରିଦର୍ଶନ କରିଛନ୍ତି ଉପରାଷ୍ଟ୍ରପତି। ସାଧାରଣ ଲୋକଙ୍କ ପାଇଁ ୮ଟାରୁ ୨ଟା ଯାଏ ବନ୍ଦ ରହିବ ନେତାଜୀ ସ୍ମାରକୀ ମ୍ୟୁଜିୟମ। ଏହି ଅବସରରେ ଜିଲ୍ଲା ସଂସ୍କୃତି ଭବନ ମଧ୍ୟ ଉଦଘାଟନ କରିଛନ୍ତି ଉପରାଷ୍ଟ୍ରପତି। ସେଠାରୁ ଲୋକ ଭବନ ଆସି ମଧ୍ୟାହ୍ନ ଭୋଜନ କରିବେ। ପରେ ୨ଟା ୧୫ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରୁ କୋଲକାତା ଅଭିମୁଖେ ଫେରିଯିବାର କାର୍ଯ୍ୟକ୍ରମ ରହିଛି।