ରୋଷେଇ ଘରେ ମହଙ୍ଗା ମାଡ଼, ସବୁ କଞ୍ଚା ପରିବା ଦର ୫୦ ଉପରେ

ଭୁବନେଶ୍ୱର,୦୩/୦୭: ରୋଷେଇ ଘରେ ମହଙ୍ଗା ମାଡ଼। ସବୁଦିନ ବ୍ୟବହାର ହେଉଥିବା କଞ୍ଚା ପରିବା କିଛି ବି ୫୦ ଟଙ୍କା ତଳକୁ ନାହିଁ । ଏପଟେ ରଥଯାତ୍ରା ସମୟ ହୋଇଥିବାରୁ ବେପାରୀ ଗ୍ରାହକ ସମସ୍ତଙ୍କୁ ଚିନ୍ତା ଘାରିଛି ।ରାଜଧାନୀରେ ବାଇଗଣ ୬୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ବେଳେ ଜହ୍ନି ୫୦, କଲରା ୫୦, କାକୁଡ଼ି ୫୦, ଭେଣ୍ଡି ୫୦, ପୋଟଳ ୬୦-୮୦, ବିନ୍ସ ୧୦୦-୧୨୦, ଝୁଡଙ୍ଗ ୪୦, ଟମାଟୋ ୪୦ ଟଙ୍କା, ଗାଜର ୫୦ ଟଙ୍କା କିଲୋରେ ବିକ୍ରି କରୁଛନ୍ତି ଖୁଚୁରା ବ୍ୟବସାୟୀ । ଅନ୍ୟପଟେ ପରିବା ଦୋକାନୀ ନିଜେ କିଣିବାକୁ ଡରୁଛନ୍ତି, ବିକିବେ କଣବୋଲି ପଚାରିବା ସାଙ୍ଗକୁ ବର୍ଷା ପାଇଁ ପରିବା ଆସିବା ବନ୍ଦ ହୋଇଥିବା ଅଭିଯୋଗ କରିଛନ୍ତି ।

ଲଗାଣ ବର୍ଷା ପାଇଁ ପ୍ରଭାବିତ ହୋଇଛି ପରିବା ବଜାର। ଆବଶ୍ୟକ ଅନୁସାରେ ପରିବା ଆସି ପାରୁନାହିଁ । ଆଉ ଯାହା ଆସୁଛି ସେସବୁ ପଚି ସଢି ଯାଉଛି। ଯେଉଁଥିପାଇଁ ଏବେ ପରିବା ଦର ଶୁଣିଲେ ଡର ମାଡୁଛି । ସବୁଦିନ ବ୍ୟବହାର ହେଉଥିବା କଞ୍ଚା ପରିବା କିଛି ବି ୫୦ ଟଙ୍କା ତଳକୁ ନାହିଁ ।