ଆପଣଙ୍କୁ ଯଦି ଏହି ରୋଗ ହେଇଛି ତାହେଲେ ଏଣିକି ମିଳିବନି ଆମେରିକାର ଭିସା!

ନୂଆଦିଲ୍ଲୀ,୦୮/୧୧: ଯଦି ଆପଣ ଡାଏବେଟିସ୍ ବା ମଧୁମେହ ରୋଗରେ ପୀଡ଼ିତ, ତାହାଲେ ଆପଣ ଆମେରିକା ଯାଇ ପାରିବେନି । ଏମିତି କିଛି ନିୟମ ଆଣିବାକୁ ଯାଉଛି ଟ୍ରମ୍ପ ପ୍ରଶାସନ । ଆମେରିକାର ଏଭଳି ଅଜବ ନୀତିକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । ବୃତ୍ତି ପାଇଁ ହେଉ କି ଉଚ୍ଚଶିକ୍ଷା ପାଇଁ ଆମେରିକା ଯିବାକୁ ପ୍ରାୟ ସବୁ ଦେଶର ଲୋକ ଚାହିଁଥାନ୍ତି । ହେଲେ ଆମେରିକାକୁ ଆସୁଥିବା ଅନ୍ୟଦେଶର ଲୋକଙ୍କ ପାଇଁ ଏବେ ଭିସାରେ ଆଉ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି ଆମେରିକା। ଡାଏବେଟିସ୍, ହୃଦ୍‌ରୋଗ, କ୍ୟାନସର୍‌, ସ୍ନାୟୁଗତ ରୋଗ, ଶ୍ବାସକ୍ରିୟ ଜନିତ ରୋଗ ଅବା ମାନସିକ ରୋଗ ଥିଲେ ଏଣିକି ମିଳିବନି ଆମେରିକାର ଭିସା । ଟ୍ରମ୍ପ ପ୍ରଶାସନ ପକ୍ଷରୁ ଏଭଳି ନିୟମ ଲାଗୁ ହେବାକୁ ଯାଉଛି। ଏଭଳ ରୋଗୀଙ୍କୁ ଗ୍ରୀନ୍ କାର୍ଡ ବା ଆମେରିକାର ନାଗରିକତ୍ବ ମଧ୍ୟ ପ୍ରଦାନ କରାଯିବନାହିଁ ବୋଲି ହ୍ବାଇଟ୍‌ ହାଉସ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।