ବଜେଟରେ ବଡ଼ ଘୋଷଣା, ବାୟୋ ଫାର୍ମା ଶକ୍ତି ପାଇଁ ୧୦ହଜାର କୋଟି

ନୂଆଦିଲ୍ଲୀ,୦୧/୦୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ଲୋକସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ହେଉଛି ତାଙ୍କର କ୍ରମାଗତ ନବମ ବଜେଟ୍ । ଏହି ବଜେଟରେ ସରକାର ଭାରତୀୟ ଅର୍ଥବ୍ୟବସ୍ଥା ସହିତ ସ୍ୱାସ୍ଥ୍ୟ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି । ଦେଶରେ ବଢୁଥିବା ଜଟିଳ ରୋଗର ଚିକିତ୍ସା ପାଇଁ ଅର୍ଥମନ୍ତ୍ରୀ ୧୦,୦୦୦ କୋଟି ଟଙ୍କାର ବଜେଟ୍ ସହିତ ‘ବାୟୋ ଫାର୍ମା ଶକ୍ତି’ ଯୋଜନା ଘୋଷଣା କରିଛନ୍ତି। ସରକାର ଏହି ଯୋଜନା ପାଇଁ ୧୦,୦୦୦ କୋଟି ଟଙ୍କାର ଏକ ବିଶାଳ ପାଣ୍ଠି ରଖିଛନ୍ତି । ଏହି ଅର୍ଥ ମୁଖ୍ୟତଃ ଗବେଷଣା ଏବଂ ବିକାଶ କ୍ଷେତ୍ରରେ ବ୍ୟୟ କରାଯିବ । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଭାରତ ବର୍ତ୍ତମାନ ସୁଦ୍ଧା ଜେନେରିକ୍ ଔଷଧ ପ୍ରସ୍ତୁତିରେ ବିଶ୍ୱରେ ଆଗରେ ରହିଛି, କିନ୍ତୁ ଏବେ ସରକାର ଚାହୁଛନ୍ତି ଯେ ଭାରତ ନିଜେ ନୂତନ ଏବଂ ଜଟିଳ ଔଷଧ ପ୍ରସ୍ତୁତ କରୁ । ଭାରତରେ ବର୍ତ୍ତମାନ ରୋଗର ଶୈଳୀ ପରିବର୍ତ୍ତନ ହେଉଛି । ଶସ୍ତା ହେବ କର୍କଟ ଏବଂ ମଧୁମେହ ଔଷଧ। ବଜେଟରେ ଏହି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଅନ୍ୟପଟେ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହାଇସ୍ପିଡ ରେଳ କରିଡର କାର୍ଯ୍ୟକାରୀ  ହେବା ନେଇ ଏକ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଯାହା ଭାରତର ପ୍ରମୁଖ ସହର ସହ ଯୋଡିବ । ଏହି ରେଳ କରିଡର ଭାରତ ସମେତ ଅନ୍ୟ ପ୍ରମୁଖ ସହର ସହ ଯୋଡି ହେବା ନେଇ ସୂଚନା ଦେଇଛନ୍ତି । ଯେଉଁଥିରେ କମ୍ ସମୟରେ ଯାତ୍ରା କରିବା ସହିତ ଭାରତର ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ ହୋଇପାରିବ । ଏହି ହାଇସ୍ପିଡ ରେଳ କରିଡର ବିକାଶର ନୂତନ ଦିଗରେ ଯୋଡିହେବା ନେଇ ମତପ୍ରକାଶ କରିଛନ୍ତି କେନ୍ଦ୍ର  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ଯାତ୍ରା ସୁରକ୍ଷିତ, ନିରାପଦ ଏବଂ ଯାତ୍ରୀମାନଙ୍କ ପାଇଁ ବେଶ୍ ଲାଭଦାୟକ ହେବ ବୋଲି ରେଳ ବଜେଟରେ ଅର୍ଥମନ୍ତ୍ରୀ ଉପସ୍ଥାପନ କରିଛନ୍ତି ।