ଅଣ୍ଡର-୧୯ ବିଶ୍ୱକପ୍ ୨୦୨୬ର ଟାଇଟଲ୍ ହାତେଇଲା ଭାରତ

ନୂଆଦିଲ୍ଲୀ,୦୬/୦୨: ଅଣ୍ଡର-୧୯ ବିଶ୍ୱକପ୍ ୨୦୨୬ର ଟାଇଟଲ୍ ଜିତିଛି ଭାରତ। ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆ ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରିଛି। ଏହାକୁ ମିଶାଇ ଭାରତ ଷଷ୍ଠ ଥର ପାଇଁ ଅଣ୍ଡର-୧୯ ସ୍ତରରେ ବିଶ୍ୱ ବିଜେତା ହୋଇଛି । ବୈଭବ ସୂର୍ଯ୍ୟବଂଶୀଙ୍କ ୧୭୫ ରନ ଓ ବୋଲରଙ୍କ ଦମଦାର ପ୍ରଦର୍ଶନ ଭାରତକୁ ଏହି ଐତିହାସିକ ବିଜୟ ଦେଇଛି । ଜିମ୍ବାୱେର ରାଜଧାନୀ ହରାରେରେ ଖେଳାଯାଇଥିବା ଏହି ଫାଇନାଲ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୪୧୧ ରନର ବିଶାଳ କରିଥିଲା । ଅଣ୍ଡର-୧୯ ବିଶ୍ୱକପ୍ ଫାଇନାଲ ଇତିହାସରେ କୌଣସି ଦଳ ଦ୍ୱାରା କରାଯାଇଥିବା ଏହା ସର୍ବାଧିକ ସ୍କୋର ।