ନୂଆଦିଲ୍ଲୀ,୨/୧୧: ରୁଷ ଉପରେ ବଡ଼ ଧରଣର ଡ୍ରୋନ୍ ଆଟାକ୍ କରିଛି ୟୁକ୍ରେନ। ରବିବାର ୟୁକ୍ରେନ୍ ଏହି ଆକ୍ରମଣ କରିଛି, ଯେଉଁଥିରେ ବ୍ଲାକ୍ ସି’ରେ ଥିବା ତୁଆପ୍ସେ ପୋର୍ଟ ଧ୍ୱଂସ ହୋଇଛି । କୁହାଯାଉଛି ଏହି ଆକ୍ରମଣରେ ପୋର୍ଟର ଏକ ଅଂଶ ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏହି ଆକ୍ରମଣରେ ରୁଷର ଏକ ତେଲ ଟର୍ମିନାଲ ପ୍ରଭାବିତ ହୋଇଛି । ହେଲେ ରୁଷର ଏୟାର ଡିଫେନ୍ସ ୟୁନିଟ୍ କିନ୍ତୁ ଦାବି କରିଛି ଯେ, ୟୁକ୍ରେନର ଏହି ଆକ୍ରମଣକୁ ରୁଷ ବାୟୁମଣ୍ଡଳରେ ହିଁ ନଷ୍ଟ କରିଦେଇଛି ।ରୁଷର ସମାଚାର ଏଜେନ୍ସିର ରିପୋର୍ଟ ମୁତାବକ, ୟୁକ୍ରେନ୍ ବଡ଼ ଧରଣର ଡ୍ରୋନ୍ ଆଟାକ୍ କରିଥିଲା । ହେଲେ ରୁଷ କିନ୍ତୁ ୧୬୪ଟି ୟୁକ୍ରେନର ଡ୍ରୋନକୁ ନଷ୍ଟ କରିଦେଇଥିଲା । ଅନ୍ୟପଟେ ୟୁକ୍ରେନର କହିବା କଥା ହେଲା, ଏହି ଆକ୍ରମଣରେ ତୁଆପ୍ସେ ପୋର୍ଟ ନଷ୍ଟ ହୋଇଛି ।କ୍ରାସନୋଡାର ପ୍ରଶାସନ କହିଛି ଯେ, ଡ୍ରୋନ୍ ଭଗ୍ନାବଶେଷ ପଡ଼ିବା ଯୋଗୁଁ ବନ୍ଦରର ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି ଏବଂ ନିଆଁ ଲାଗିଛି।