ନୂଆଦିଲ୍ଲୀ,୨୯/୦୧: ୟୁଜିସି ନୂଆ ନିୟମ ଉପରେ ସ୍ଥଗିତାଦେଶ ଜାରି କଲେ ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ଉଚ୍ଚ ଶିକ୍ଷାନୁଷ୍ଠାନରେ ପ୍ରମୋସନ୍ ଅଫ୍ ଇକ୍ୟୁଟି ରେଗୁଲେସନ୍ସ -୨୦୨୬ରେ ସ୍ପଷ୍ଟତା ନାହିଁ । ଏହାର ଦୁରୁପଯୋଗ କରାଯିବାର ଆଶଙ୍କା ରହିଛି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାର୍ଚ୍ଚ ୧୯ ତାରିଖରେ ହେବ । ୟୁଜିସିର ନୂଆ ନିୟମକୁ ଚାରିଆଡ଼ୁ ବିରୋଧ କରାଯାଇଥିଲା। ଗତ ଜାନୁଆରି ୧୩ରେ ୟୁଜିସିର ବିଜ୍ଞପ୍ତି ପ୍ରକାଶ ପରେ ନୂଆ ନିୟମରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ଜାତିଗତ ବିଭେଦ ବଢ଼ିବା ଆଶଙ୍କା କରି ଛାତ୍ରଛାତ୍ରୀ ଓ ଅଧ୍ୟାପକ ରାସ୍ତାକୁ ଓହ୍ଲାଇଥିଲେ। ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା ।