ନୂଆଦିଲ୍ଲୀ, ୧୪/୦୩: ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରୁଛନ୍ତି। ଅପରପକ୍ଷରେ ଇରାନ ମଧ୍ୟ ଆମେରିକା ବେସ୍ ଉପରେ କ୍ଷେପଣାସ୍ତ୍ର ମାଡ଼ ଜାରି ରଖିଛି । ଆଉ ଏହି ଯୁଦ୍ଧ ଭିତରେ ବଡ଼ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି ଯେ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭୂମିକାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ରୁଷ, ଇରାନକୁ ସାହାଯ୍ୟ କରୁଥିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଟ୍ରମ୍ପ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୋଧହୁଏ ଇରାନକୁ କିଛି ମାତ୍ରାରେ ସାହାଯ୍ୟ କରୁଥିବା ଟ୍ରମ୍ପ ସ୍ବୀକାର କରୁଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଓ ଆଞ୍ଚଳିକ ଉତ୍ତେଜନା ବଢ଼ି ଚାଲିଥିବା ବେଳେ ଟ୍ରମ୍ପଙ୍କର ଏହି ବୟାନ ଆସିଛି । ଡ୍ରୋନ୍ ପ୍ରତିରକ୍ଷା ଉପରେ ମଧ୍ୟ ଟ୍ରମ୍ପ୍ ନିଜର ମତ ରଖି କହିଛନ୍ତି ଯେ, ଏହି କ୍ଷେତ୍ରରେ ୟୁକ୍ରେନଠାରୁ ଆମେରିକାକୁ କୌଣସି ସହାୟତାର ଆବଶ୍ୟକତା ନାହିଁ, କାରଣ ଆମେରିକା ସେନା ଏହି ଆହ୍ୱାନର ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ସକ୍ଷମ । ରୁଷ୍ ଇରାନକୁ ଡ୍ରୋନ୍ ଯୁଦ୍ଧ ରଣନୀତି ଓ ବୈଷୟିକ ପରାମର୍ଶ ଦେଉଥିବା ନେଇ କେତେକ ପାଶ୍ଚାତ୍ୟ ଅଧିକାରୀ ଉଦବେଗ ପ୍ରକାଶ କରିବା ପରେ ଏହି ବିବୃତି ପ୍ରକାଶ ପାଇଛି।