ଭାରତୀୟ ରେଳ ବିଭାଗର ଟିକେଟ ବୁକିଂ ସେବା ଆଜି ୫ ଘଣ୍ଟା ବନ୍ଦ

ଭୁବନେଶ୍ୱର,୨୨/୧୧: ଭାରତୀୟ ରେଳ ବିଭାଗର ଟିକେଟ ବୁକିଂ ସେବା ଆଜି ୫ ଘଣ୍ଟା ପାଇଁ ବନ୍ଦ ରହିବ । ଏହି କ୍ରମରେ ଟିକେଟ ରିଜରଭେସନ ଓ ଟିକେଟ୍ କ୍ୟାନସଲ ସେବା ବନ୍ଦ ରହିବ । ରେଳ ବିଭାଗର ପାସେଞ୍ଜର ରିଜରଭେସନ ସିଷ୍ଟମ ଆଜି ରାତି ୧୧.୪୫ ରୁ ଆସନ୍ତା କାଲି ସରକାର ୪.୪୫ ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ୫ ଘଣ୍ଟାରେ ଦିଲ୍ଲୀର ପାସେଞ୍ଜର ରିଜରଭେସନ ସିଷ୍ଟମର ଅଧିକାଂଶ ସେବା ବନ୍ଦ ରହିବ । ଏହି ସମୟ ମଧ୍ୟରେ ଆପଣ ରିଜରଭେସନ, କ୍ୟାନସଲ କିମ୍ବା ଇନକ୍ୱାରୀ ସହ ଜଡ଼ିତ ସମସ୍ତ ସେବା ବନ୍ଦ ରହିବ । ରେଳ ବିଭାଗର ସୂଚନା ମୁତାବକ ପୁରୁଣାରୁ ନୂଆ କୋର ସ୍ୱିଚକୁ ବଦଳାଇବା ପାଇଁ ଏହି ସେବା ପ୍ରଭାବିତ ହେବ । ଏଥିପାଇଁ ରେଳ ବିଭାଗ ତରଫରୁ ନନ୍ ପିକ୍ ହାର୍ସ ଚୟନ କରାଯାଇଛି । ଫଳରେ କମ୍ ଯାତ୍ରୀ ଏହାଦ୍ୱାରା ପ୍ରଭାବିତ ହେବେ । ନଭେମ୍ବର ୨୨ ରାତି ୧୧.୪୫ ରୁ ନଭେମ୍ବର ୨୩ ସକାଳ ୪.୪୫ ପର୍ଯ୍ୟନ୍ତ ଟିକେଟ୍ ବୁକିଂ, କ୍ୟାନସଲ, କରେଣ୍ଟ ରିଜରଭେସନ, ଚାର୍ଟ ମେକିଙ୍ଗ, ଇଣ୍ଟରନେଟ୍ ଟିକେଟ୍ ବୁକିଂ ଭଳି ସେବା ବନ୍ଦ ରହିବ । କହିରଖୁ କି ପିଆରଏସ୍ ସିଷ୍ଟମର ସହାୟତାରେ ଡାଟାକୁ ଦ୍ରୁତ ଓ ସୁରକ୍ଷିତ ରଖିବାକୁ ଚେଷ୍ଟା କରାଯାଉଛି ।