ଗୋଟିଏ ବର୍ଷରେ ୫ରୁ ଅଧିକ ଚାଲାଣ କଟିଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ୱର,୨୨/୦୧: ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ଏବେ ଆଉ କ୍ଷମା ନାହିଁ । ଚାଲାଣ କଟିବାର ୪୫ ଦିନ ଭିତରେ ଜରିମାନା ଦେବା ବାଧ୍ୟତାମୂଳକ । ଜରିମାନା ପୈଠ ନକଲେ ମିଳିବନି ମୋଟରଯାନ ସେବା । ଗୋଟିଏ ବର୍ଷରେ ୫ରୁ ଅଧିକ ଚାଲାଣ କଟିଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ। ମୋଟରଯାନ ଆଇନରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରି ମୋଟରଯାନ ନିୟମ ଉଲଂଘନକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ଚାଲାଣର ଅଭିଯୋଗ ଫୈସଲା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି । ଚାଲାଣ କାଟିଥିବା ସମ୍ପୃକ୍ତ ଅଧିକାରୀ ୩୦ ଦିନ ମଧ୍ୟରେ ଫୈସଲା କରିବା ବାଧ୍ୟତାମୂଳକ କରାଯାଇଛି ।ଫୈସଲା କରାନଗଲେ ଚାଲାଣକୁ ଭୂଲ ଭାବେ ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଇଛି ।