ଆସନ୍ତା ଏପ୍ରିଲ ପହିଲାରୁ ବାର୍ଷିକ ଟୋଲ୍ ପାସ୍ ଏବଂ ଟୋଲ୍ ଟିକସରେ ବୃଦ୍ଧି!

ଭୁବନେଶ୍ୱର,୧୫/୦୩: ଆସନ୍ତା ଏପ୍ରିଲ ୧ ତାରିଖରୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ପକ୍ଷରୁ ବାର୍ଷିକ ଟୋଲ୍ ପାସ୍ ଏବଂ ଟୋଲ୍ ଟିକସରେ ସଂଶୋଧନ କରାଯାଉଛି । NHAI ବାର୍ଷିକ ପାସ୍ ଫି ୩,୦୦୦ ଟଙ୍କାରୁ ୩,୦୭୫ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ଏହି ନୂତନ ହାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଯୁଜ୍ୟ ହେବ । ତେବେ ଏହି ପାସ୍ ବ୍ୟକ୍ତିଗତ (ଅଣ-ବାଣିଜ୍ୟିକ) ବାହନ ପାଇଁ ହୋଇଥାଏ ଯେଉଁଥିରେ ବୈଧ କିମ୍ବା କାର୍ଯ୍ୟକ୍ଷମ FASTag ଲାଗିଥାଏ । ବର୍ତ୍ତମାନ ବ୍ୟକ୍ତିଗତ ଗାଡ଼ି (କାର୍, ଜିପ୍, ଭ୍ୟାନ୍) ପାଇଁ ଉଦ୍ଦିଷ୍ଟ FASTag Annual Pass ର ମୂଲ୍ୟ ୩,୦୦୦ ଟଙ୍କା ରହିଛି । କିନ୍ତୁ ଏପ୍ରିଲ ୧ ରୁ ଏହାର ମୂଲ୍ୟ ୨.୫% ବୃଦ୍ଧି ପାଇ ୩,୦୭୫ ଟଙ୍କା ହେବ । ନୂଆ ନିୟମ ଅନୁସାରେ ୩୦୭୫ ଟଙ୍କାର ଏହି ପାସ୍ ଗୋଟିଏ ବର୍ଷ କିମ୍ବା ୨୦୦ ଥର ଟୋଲ୍ କ୍ରସିଂ କରିବା ପରେ ବୈଧ ହେବ , ଏ ଭିତରୁ ଯାହା ପ୍ରଥମେ ପୂରା ହେବ ତାହା ହିଁ ଲାଗୁ ହେବ । ଯାହାର ଅର୍ଥ ହେଉଛି ଯଦି ଆପଣ ୨୦୦ ଥର ଟୋଲ୍ କ୍ରସିଂ ପାର କରନ୍ତି ତେବେ ପାସ୍ ର ସମୟସୀମା ଶେଷ ହୋଇଯିବ । ଯଦିଓ ଗୋଟିଏ ବର୍ଷ ଅବଧି ଅତିକ୍ରମ ହୋଇନାହିଁ ତଥାପି ଏହା ଅବୈଧ ହୋଇଯିବ ।

Leave a Reply

Your email address will not be published. Required fields are marked *