ଆକାଶ ଛୁଆଁ ହେବାରେ ଲାଗିଛି ସୁନା ଦର, ଆଜି ଭୁବନେଶ୍ୱରରେ ରହିଛି ରେଟ୍

ଭୁବନେଶ୍ୱର,୦୬/୦୫: ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି ସୁନା ଦର । ଯଦିଓ କିଛି ଦିନ ହେଲା ସୁନା ଦରରେ ହ୍ରାସ ହୋଇଛି ତଥାପି ୧୦ ଗ୍ରାମ୍ ପିଛା ମୂଲ୍ୟ ୯୫ ହଜାରରୁ ଊର୍ଦ୍ଧ୍ୱ ରହିଛି । ତେବେ ଆଜି ସୁନା ଦରରେ ବଡ଼ ପରିବର୍ତ୍ତନ ହୋଇଛି। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୮,୪୬୦ ଟଙ୍କା ଏବଂ ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୯୦,୨୫୦ ଟଙ୍କାରେ ବିକ୍ରୟ ହେଉଛି ।

ସେହିପରି ଗତକାଲି କଟକରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୯୫,୭୧୦ ଟଙ୍କା ରହିଥିଲା । ଆଜି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୨୭୩୦ ଟଙ୍କା ବୃଦ୍ଧି ପାଇ ୯୮,୪୬୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୨୫୦୦ ଟଙ୍କା ବୃଦ୍ଧି ପାଇ ୮୭,୭୫୦ ଟଙ୍କାରୁ ୯୦,୨୫୦ ଟଙ୍କା ହୋଇଛି । ଏବେ ଚାଲିଛି ବିବାହ ଋତୁ । ଏହି ସମୟରେ ୨୨ କ୍ୟାରେଟ୍ ସୁନା ପାଖାପାଖି ୯୦ ହଜାର ରହିବା କାରଣରୁ ଗ୍ରାହକଙ୍କୁ ଭାରି ବାଧୁଛି ।

Leave a Reply

Your email address will not be published. Required fields are marked *