ଭୁବନେଶ୍ୱର,୧୯/୦୧: ଆଜିଠୁ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ଜାରକା ମହୋତ୍ସବ ପଡ଼ିଆରୁ ଆରମ୍ଭ ହେବ ତୀର୍ଥ ଯାତ୍ରା । ଏହି ଯାତ୍ରାରେ ଧର୍ମଶାଳା ନିର୍ବାଚନମଣ୍ଡଳୀର ୭୦ ହଜାର ବୟସ୍କ ଲୋକ ସାମିଲ ହୋଇ ଜଗନ୍ନାଥ ଦର୍ଶନ କରି ଫେରିବେ । ଏହି ଅବସରରେ ଜଗନ୍ନାଥ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞର ଆୟୋଜନ କରାଯାଇଛି ।ଯାହାର ପୋରହିତ୍ୟ କରୁଛନ୍ତି ଧର୍ମଶାଳାର ବିଧାୟକ ହିମାଂଶୁ ଶେଖର ସାହୁ । ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାପାଳ, ଜିଲ୍ଲାର ବିଜେପି ବିଧାୟକ ଓ ସ୍ଥାନୀୟ ଲୋକ ଭାଗନେଇ ଆଶୀର୍ବାଦ ଲାଭ କରିବେ । ଗତବର୍ଷରୁ ଏହି ତୀର୍ଥ ଯାତ୍ରା ଆରମ୍ଭ ହୋଇଥିବା ବେଳେ ୩୮ ହଜାର ବୟସ୍କ ଲୋକ ସାମିଲ ହୋଇଥିଲେ ।