ଥାଇଲ୍ୟାଣ୍ଡରେ ଆୟୋଜିତ ବ୍ରହ୍ମାଣ୍ଡ ସୁନ୍ଦରୀ -୨୦୨୫ ପ୍ରତିଯୋଗିତା, ଫାତିମା ୱସ ବିଜେତା

ନୂଆଦିଲ୍ଲୀ, ୨୧/୧୧: ଥାଇଲ୍ୟାଣ୍ଡରେ ଆୟୋଜିତ ବ୍ରହ୍ମାଣ୍ଡ ସୁନ୍ଦରୀ -୨୦୨୫ ପ୍ରତିଯୋଗିତା ଶେଷ ହୋଇଛି । ମେକ୍ସିକୋର ଫାତିମା ୱସଙ୍କୁ ମିଳିଛି ମିସ ୟୁନିଭର୍ସ ୨୦୨୫ର ମୁକୁଟ । ୨୦୨୪ର ବ୍ରହ୍ମାଣ୍ଡ ସୁନ୍ଦରୀ ମିସ୍ ଡେନମାର୍କ ଭିକ୍ଟୋରିଆ କେଜର ଥେଲୱିଗ୍ ତାଙ୍କୁ ମୁକୁଟ ପିନ୍ଧାଇଥିଲେ । ମିସ୍ ଥାଇଲ୍ୟାଣ୍ଡ ହୋଇଥିଲେ ରନର୍ସଅପ୍ । ଆରମ୍ଭରୁ ବିବାଦରେ ଘେରି ହୋଇଥିବା ୨୦୨୫ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଜବରଦସ୍ତ ଢଙ୍ଗରେ ଶେଷ ହୋଇଛି । ବର୍ଷ ବର୍ଷର ପରିଶ୍ରମ ଆଉ ପ୍ରସ୍ତୁତି ଯେମିତି ଫାତିମାଙ୍କ ପାଇଁ ରଙ୍ଗ ଆଣିଥିଲା । ଏହା ପୂରା ମେକ୍ସିକୋବାସୀଙ୍କ ପାଇଁ ଖୁସିର ସମୟ ଥିଲା । ଗ୍ରାଣ୍ଡ ଫିନାଲେରେ ଫାତିମା ନିଜ ଶେଷ ଗ୍ଲେଜିଙ୍ଗ ଗାଉନରେ ଆଗକୁ ବଢ଼ିଥିଲେ । ଆଉ ଯେତେବେଳ ତାଙ୍କ ମଥାରେ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧାଯାଇଥିଲା ସେ ଖୁସରେ ଥରୁଥିଲେ।