କିସ୍ତୱାଡ଼ରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଥିବା ଅପରେସନରେ ୭ ଆତଙ୍କବାଦୀ ସଫା

ନୂଆଦିଲ୍ଲୀ,୨୩/୦୨: ଜମ୍ମୁ -କାଶ୍ମୀରର କିସ୍ତୱାଡ଼ରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଥିବା ଅପରେସନରେ ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଙ୍ଗଠନ ଜୈସ-ଏ-ମହମ୍ମଦର କମାଣ୍ଡର ସୈଫୁଲ୍ଲା ସମେତ ୭ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଅପରେସନରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏଫପିଭି ଡ୍ରୋନ୍, ସାଟେଲାଇଟ୍‌ ଚିତ୍ର, ୟୁଏଭି ପରି ଉଚ୍ଚ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ଉପକରଣ ବ୍ୟବହାର କରାଯାଇଥିଲା। ରବିବାର ପୁଲିସ୍‌, ସିଆର୍‌ପିଏଫ୍‌ ଓ ସେନାର ମିଳିତ ଦଳ ଚାତ୍ରୁ ଜଙ୍ଗଲ ଅଞ୍ଚଳର ପାସେର୍‌କୁଟ୍‌ଠାରେ ଜୈସ୍‌ର ତିନି ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ସୈଫୁଲ୍ଲା ଗତ ପାଞ୍ଚ ବର୍ଷ ହେଲା କିସ୍ତୱାଡ଼ ଓ ଡୋଡା ଅଞ୍ଚଳରେ ସକ୍ରିୟ ଥିଲା। ସୁରକ୍ଷାକର୍ମୀଙ୍କ ଉପରେ ବିଭିନ୍ନ ସମୟରେ ଆକ୍ରମଣ ଘଟଣାରେ ତା’ର ସମ୍ପୃକ୍ତି ଥିଲା। ଜୁଲାଇ ୨୦୨୪ରେ ଆତଙ୍କବାଦୀ ଆକ୍ରମଣରେ ୪ ଜଣ ଯବାନ ସହିଦ ହୋଇଥିଲେ। ଏହା ପଛରେ ମଧ୍ୟ ସୈଫୁଲ୍ଲାର ହାତ ଥିଲା।

Leave a Reply

Your email address will not be published. Required fields are marked *