ଅପରେସନ ଅଖାଲରେ ତୃତୀୟ ଦିନରେ ତିନି ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ,୦୩/୦୮:ଆଜି ଅପରେସନ ଅଖାଲରେ ତୃତୀୟ ଦିନରେ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ ଗୁଳି ବିନିମୟ ବେଳେ ଜଣେ ସୈନିକ ଆହତ ହୋଇଛନ୍ତି। ଏହି ଅଭିଯାନରେ ମୋଟ ଛଅ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି, ଶନିବାର ତିନି ଜଣଙ୍କୁ ସୁରକ୍ଷା ବାହିନୀ ଦ୍ୱାରା ନିପାତ କରାଯାଇଥିଲା। ଜମ୍ମୁ ଓ କାଶ୍ମୀର ପୁଲିସ, ସେନା ଏବଂ ସିଆରପିଏଫର ମିଳିତ ଟିମ୍ ଏହି ଅପରେସନରେ ସାମିଲ ଥିଲା। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।ଶୁକ୍ରବାର ଦିନ ସୁରକ୍ଷା ବାହିନୀ ଅଖାଲ ଜଙ୍ଗଲରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁପ୍ତ ସୂଚନା ପାଇବା ପରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ଗୋଷ୍ଠୀ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା।