ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା, ଦଳରେ କିଏ ପାଇଲେ ସ୍ଥାନ ?

ନୂଆଦିଲ୍ଲୀ,୧୯/୦୮: ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଦଳର ଅଧିନାୟକ ଦାୟିତ୍ୱ ସୂର୍ଯ୍ୟକୁମାର ଯାଦବଙ୍କୁ ଦିଆଯାଇଛି । ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବିସିସିଆଇ ସଚିବ ଦେବଜିତ ସାଇକିଆଙ୍କୁ ଭେଟି ଦଳ ଘୋଷଣା କରିଛନ୍ତି । ଶୁବମନ ଗିଲଙ୍କୁ ଟି-20 ଫର୍ମାଟର ଏସିଆ କପ୍ ପାଇଁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି । ସେହିପରି ଭାରତୀୟ ଷ୍ଟାର ବୋଲର ଯଶପ୍ରିତ ବୁମରାହଙ୍କୁ ଏସିଆ କପରେ ସ୍ଥାନ ମିଳିଛି ।
ଭାରତୀୟ ଦଳ
ସୂର୍ଯ୍ୟକୁମାର ଯାଦବ, ଶୁବମନ ଗିଲ, ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ସଞ୍ଜୁ ସାମସନ , ହର୍ଷିତ ରାଣା, ରିଙ୍କୁ ସିଂ, ଯଶପ୍ରିତ ବୁମରାହ