ସଂଶୋଧିତ ଆୟକର ବିଲ୍ -୨୦୨୫ ଲୋକସଭାରେ ଗୃହୀତ

ନୂଆଦିଲ୍ଲୀ,୧୧/୦୮: ସଂଶୋଧିତ ଆୟକର ବିଲ୍ -୨୦୨୫ ଲୋକସଭାରେ ଗୃହୀତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏହି ବିଲ୍ ଆଗତ କରିଥିଲେ । ପରେ ଏହା ଗୃହୀତ ହୋଇଛି । ଆୟକର ବିଲକୁ ସଂଶୋଧନ କରି ଗତ ଫେବ୍ରୁଆରି ମାସରେ ଗୃହରେ ଆଗତ କରାଯାଇଥିଲା । ଲସିଲେକ୍ଟ କମିଟିର ସୁପାରିସ ଅନୁସାରେ ସଂଶୋଧନ କରି ଲୋକସଭାରେ ଆଗତ ପରେ ବିଲ୍ ଗୃହୀତ ହୋଇଛି । ନୂଆ ବିଲରେ ଆୟକର ବ୍ୟବସ୍ଥାକୁ ସରଳ କରାଯାଇଛି । ବହୁ ପ୍ରତୀକ୍ଷିତ ଜାତୀୟ କ୍ରୀଡ଼ା ବିଲ୍ ମଧ୍ୟ ଲୋକସଭାରେ ପାସ୍ ହୋଇଛି । କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବୀୟ ବିଲ୍ ଆଗତ କରି କହିଥିଲେ ଯେ ସ୍ୱାଧୀନତା ପରେ ଦେଶର କ୍ରୀଡ଼ାକ୍ଷେତ୍ରରେ ବଡ଼ ସଂସ୍କାର ଅଣାଯାଇଛି । ହଟ୍ଟଗୋଳ ଭିତରେ ଆଣ୍ଟି ଡୋପିଙ୍ଗ୍ ସଂଶୋଧନ ବିଲ ଉପରେ ମଧ୍ୟ ମୋହର ମାରିଛି ଲୋକସଭା ।