ନୂଆଦିଲ୍ଲୀ,୩/୦୨: ଭାରତ ଉପରେ ଟାରିଫ୍ ହ୍ରାସ କଲା ଆମେରିକା ।୨୫ପ୍ରତିଶତରୁ ୧୮ ପ୍ରତିଶତକୁ ଖସିଲା ଶୁଳ୍କ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥାବାର୍ତ୍ତା ପରେ ସୋସିଆଲ ମିଡିଆରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏହି ସୂଚନା ଦେଇଛନ୍ତି । ଋଷଠୁ ତେଲ ନକିଣିବାକୁ ଭାରତ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ଟ୍ରମ୍ପ। ମୋଦୀ ମୋର ଅତି ବଡ଼ ବନ୍ଧୁ ଏବଂ ଆମେରିକାର ଜଣେ ଶକ୍ତିଶାଳୀ ଓ ସମ୍ମାନିତ ନେତା ବୋଲି କହିଛନ୍ତି ଟ୍ରମ୍ପ । ବାଣିଜ୍ୟ ସହ ଅନେକ ବିଷୟ ଏପରିକି ରୁଷ ଓ ଯୁକ୍ରେନ ଯୁଦ୍ଧ ଶେଷ କରିବା ଉପରେ ଆଲୋଚନା ହୋଇଛି। ସେ ରୁଷୀୟ ତୈଳ କ୍ରୟ ବନ୍ଦ କରିବାକୁ ରାଜି ହୋଇଛନ୍ତି। ଆମେରିକା ଏବଂ ଭେନେଜୁଏଲାରୁ ଅଧିକ ପରିମାଣରେ କିଣିବାକୁ ମୋଦୀ ନିଷ୍ପତ୍ତି ନେଇଥିବା ଟ୍ରମ୍ପ କହିଛନ୍ତି ।ଭାରତ ଏବଂ ଆମେରିକା ମଧ୍ୟରେ ହେଇଥିବା ଏହି ଐତିହାସିକ ବାଣିଜ୍ୟ ଚୁକ୍ତି ଫେବୃଆରୀ ୨, ୨୦୨୬ ରେ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ସିଧାସଳଖ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି, ଯାହା ୨୦୨୫ ରୁ ଚାଲିଥିବା “ଟ୍ୟାରିଫ୍ ୱାର୍” ବା ଶୁଳ୍କ ବିବାଦକୁ କମ କରିଦେଇଛି।