କାନାଡା ଉପରେ ପଡ଼ିଲା ଟ୍ରମ୍ପଙ୍କ ଟାରିଫ୍ ଛାଟ

ଭୁବନେଶ୍ୱର, ୧୧/୦୭: କାନାଡା ଉପରେ ପଡ଼ିଲା ଟ୍ରମ୍ପଙ୍କ ଟାରିଫ୍ ଛାଟ। ଆଜି ଏକ ବଡ଼ ନିଷ୍ପତ୍ତି ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡାରୁ ଆସୁଥିବା ଉତ୍ପାଦ ଉପରେ ୩୫% ର ଭାରୀ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏହି ଶୁଳ୍କ ୧ ଅଗଷ୍ଟ, ୨୦୨୫ରୁ କାର୍ଯ୍ୟକାରୀ ହେବ ଏବଂ ଆମେରିକାରେ ପ୍ରବେଶ କରୁଥିବା ସମସ୍ତ କାନାଡା ଉତ୍ପାଦ ଉପରେ ଲାଗୁ ହେବ। ଟ୍ରମ୍ପ ଏହି ନିଷ୍ପତ୍ତିକୁ କାନାଡାର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଏବଂ ଅନୁଚିତ ବାଣିଜ୍ୟ ଆଚରଣର ଜବାବ ବୋଲି କହିଛନ୍ତି।ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ଯେ, କାନାଡା, ଆମେରିକାକୁ ଫେଣ୍ଟାନିଲ୍ ଭଳି ବିପଜ୍ଜନକ ଔଷଧର ଯୋଗାଣ ବନ୍ଦ କରିବାରେ ବିଫଳ ହୋଇଛି। ଏହାକୁ ଆମେରିକୀୟ ସମାଜ ପାଇଁ ଏକ ଗମ୍ଭୀର ବିପଦ ବୋଲି କହି ସେ କହିଛନ୍ତି । କାନାଡା ଏପରି କରିବାରେ ବିଫଳ ହେବା ଦ୍ୱାରା ଏହି ସଙ୍କଟ ଆହୁରି ତୀବ୍ର ହୋଇଛି।