କୌଣସି ନଦୀରେ ବିପଦ ସଙ୍କେତ ସ୍ଥିତି ନାହିଁ :ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର,୦୭/୦୭: କୌଣସି ନଦୀରେ ବିପଦ ସଙ୍କେତ ସ୍ଥିତି ନାହିଁ । କିନ୍ତୁ ନଦୀ ଗୁଡିକରେ ଜଳସ୍ତର ବଢ଼ୁଛି । ସେପଟେ ଅତ୍ୟଧିକ ବର୍ଷା ଯୋଗୁଁ ଭଦ୍ରକ, ଝାରସୁଗୁଡ଼ା ସୁନ୍ଦରଗଡ଼ରେ କ୍ଷୟକ୍ଷତି ହୋଇଛି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି , ଜିଲ୍ଲାପାଳ ମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ରିଲିଫ ଏବଂ ବନ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ରହିଛି । ODRAF ଏବଂ NDRF ଟିମ୍ ମୁତୟନ ଅଛନ୍ତି । ଯଦି ବନ୍ୟା ସ୍ଥିତି ଉପୁଜେ ସରକାର ପ୍ରସ୍ତୁତ ଅଛନ୍ତି । ବନ୍ୟା ପାଣି ପଶିଲେ ଲୋକ ମାନେ ତୁରନ୍ତ ବନ୍ୟା ଆଶ୍ରୟ ସ୍ଥଳୀକୁ ଚାଲି ଆସନ୍ତୁ । ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ କ୍ଷୟକ୍ଷତି ରିପୋର୍ଟ ମଗା ଯାଇଛି । ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଆସିଲେ, ଜିଲ୍ଲାପାଳ ମାନଙ୍କୁ କ୍ଷତିପୂରଣ ରାଶି ପଠାଇ ଦିଆଯିବ । ଲଗାଣ ବର୍ଷା ଫଳରେ ଜଳସ୍ତର ବଢୁଥିବା ବେଳେ ନଦୀକୂଳିଆ ଲୋକ ଭୟଭୀତ ହୋଇଛନ୍ତି । ଗତକାଲି ଅପରାହ୍ନରେ ଲଗାଣ ବର୍ଷାରେ ବାଲେଶ୍ଵରରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା ସ୍ଥିତି ।