ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କ ଜମି କିଣିବେ ରାଜ୍ୟ ସରକାର, ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର,୨୨/୦୫: ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କ ଜମି କିଣିବେ ରାଜ୍ୟ ସରକାର । ଝିଅ ବାହାଘର, ଚିକିତ୍ସା ଏବଂ ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ଜମି ବିକ୍ରି କରିବାକୁ ଚାହୁଁଥିଲେ ସରକାର କିଣିବେ । ଏଥିପାଇଁ ଖୁବଶୀଘ୍ର ସରକାର କର୍ପସ ଫଣ୍ଡ ଗଠନ କରିବାକୁ ଚିନ୍ତା କରୁଛନ୍ତି । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସରକାରୀ କମିଟି ଗଠନ କରାଯାଇଛି । କମିଟିରେ ଏସଟି, ଏସ୍‌ସି ବିଭାଗରର ପ୍ରମୁଖ ସଚିବ, ଏସଟି୍‌ଏସ୍‌ସି ବିଭାଗର ନିର୍ଦ୍ଦେଶକ, ବିଶେଷଜ୍ଞ, କିଛି ଅଭିଜ୍ଞ ଅଧିକାରୀ ରହିବେ । ସେମାନେ ଏ ବାବଦରେ ନିରୀକ୍ଷଣ କରି ରିପୋର୍ଟ ଦେବେ । ସମସ୍ତଙ୍କ ପରାମର୍ଶ ନେଇ କମିଟି ରିପୋର୍ଟ ଦେଲାପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।