ଜୁଲାଇରେ ଜନଗଣନା ଆରମ୍ଭ ହେବ ବୋଲି କହିଲେ ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର,୦୫/୦୫: ଜୁଲାଇରେ ଜନଗଣନା ଆରମ୍ଭ ହେବ । ତେଣୁ ନୂଆ ପୌର, ରାଜସ୍ୱ ଗ୍ରାମ ଓ ପଞ୍ଚାୟତ ଗଠନ ହୋଇପାରିବ ନାହିଁ । ଏହାପୂର୍ବରୁ ପଡ଼ା ଗାଁରୁ ରାଜସ୍ୱ ଗ୍ରାମ ହେବା ପାଇଁ ଆସିଥିବା ଆବେଦନ ଗୁଡ଼ିକୁ ମଞ୍ଜୁର କରିବାକୁ ଚେଷ୍ଟା କରାଯିବ କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ଏଥିପାଇଁ ୧୦୦୦ ଆବେଦନରୁ ୩୦୦ଟି ରାଜସ୍ୱ ଗାଁ ହୋଇ ସାରିଲେଣି । ମୋଡାଲିଟି ଅନୁସାରେ ଯେଉଁ ପଡ଼ା ଓ ଗାଁରେ ୨୫୦ ଲୋକ ଥିବେ ଓ ତାହା ମୂଳ ଗାଁରୁ ୫୦୦ ମିଟର ଦୂରରେ ଥିବ, ତାକୁ ହିଁ ରାଜସ୍ୱ ଗାଁ ମାନ୍ୟତା ମିଳିବ । ନଗର ଉନ୍ନୟନ ବିଭାଗ ପାଖରେ ଅନେକ NAC ଓ ମ୍ୟୁନିସିପାଲିଟି ପାଇଁ ବି ପ୍ରସ୍ତାବ ରହିଛି । ହେଲେ ଥରେ ଜନଗଣନା ଆରମ୍ଭ ହୋଇଗଲେ, ଏ ସବୁ ପ୍ରସ୍ତାବ କାର୍ଯ୍ୟକାରୀ ହୋଇ ପାରିବ ନାହିଁ କହିଛନ୍ତି ସୁରେଶ ପୂଜାରୀ । ତେଣୁ ଜୁନ୍‌ ୩୦ ସୁଦ୍ଧା ସୀମା ପୁନଃନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବା ନେଇ ଆମ ସକରାତ୍ମକ ରହିବା ଦରକାର ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।

Leave a Reply

Your email address will not be published. Required fields are marked *