ନୂଆଦିଲ୍ଲୀ, ୨୦/୦୫: ବିଚାରପତି ହେବା ପାଇଁ ୩ ବର୍ଷର ଓକିଲାତି କରିବା ଆବଶ୍ୟକ । ଆଜି ବିଚାରପତି ନିଯୁକ୍ତି ଉପରେ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି। ମଙ୍ଗଳବାର ସୁପ୍ରିମକୋର୍ଟ ନ୍ୟାୟପାଳିକାରେ ଯୋଗଦେବା କ୍ଷେତ୍ରରେ ଏଭଳି ରାୟ ଦେଇଛନ୍ତି । ସିଭିଲ ଜଜ୍ ନିଯୁକ୍ତ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବି-ଆର ଗଭାଇ , ଜଷ୍ଟିସ୍ କେ ବିନୋଦ ଚନ୍ଦ୍ରନ ଓ ଜଷ୍ଟିସ୍ ଏଜି ମାଶିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ।