ନୂଆଦିଲ୍ଲୀ,୨୦/୦୮: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ୧୬ ବର୍ଷରେ ବିବାହ କରିପାରିବେ ମୁସଲିମ ଯୁବତୀ । ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଜଣେ ମୁସଲିମ ଯୁବତୀଙ୍କୁ ବିବାହ ପାଇଁ ଦେଇଥିବା ଅନୁମତି ଉପରେ ରୋକ୍ ଲଗାଇଲେନି ସର୍ବୋଚ୍ଚ ଅଦାଲତ । ବିବାହକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇଥିଲେ ଆବେଦନକାରୀ । ୧୬ ବର୍ଷୀୟ ମୁସଲିମ ଯୁବତୀ ୨୧ ବର୍ଷୀୟ ମୁସଲିମ ଯୁବକଙ୍କୁ ବିବାହ କରିପାରିବେ ବୋଲି କହିଛନ୍ତି କୋର୍ଟ । ଜଷ୍ଟିସ୍ ବିଭି ନାଗାରତ୍ନା ଏବଂ ଜଷ୍ଟିସ୍ ଆର୍ ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତି । ୨୦୨୨ରେ ହାଇକୋର୍ଟ ଦେଇଥିବା ଏହି ରାୟକୁ ଚ୍ୟାଲେଞ୍ଜ କରିଥିଲେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ।